କେନ୍ଦ୍ରାପଡା- ଉନବିଂଶ ରାଜ୍ୟ ସ୍ତରୀୟ କେନ୍ଦ୍ରାପଡା ପୁସ୍ତକ ମେଳା ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଟେଲିକମ ପଡିଆରେ ଉଦଘାଟିତ ହୋଇଯାଇଛି ।
ଏହି ଉପଲକ୍ଷେ କେନ୍ଦ୍ରାପଡା ଇଭେଂଟ ମ୍ୟାନେଜର୍ସର ସଭାପତି ଅକ୍ଷୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଅନୁÂିତ ଉଦଘାଟନୀ ଉସôବରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି, ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡଃ.ଜୟନ୍ତୀ ରଥ ମୁଖ୍ୟବକ୍ତା ଓ ବିଶିଷ୍ଟ ଅତିଥି ଭାବରେ ବରିÂ କବି ପ୍ରଭାସିନୀ ମହାକୁଡ,ବରିÂ ସାହିତ୍ୟିକ ଦୀପକ ସାମନ୍ତରାୟ ଓ ବରିଷ୍ଟ କବି ନିରାକାର ଦାସ ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡାର ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧିକରିବା ପାଇଁ ଏଭଳି ପୁସ୍ତକ ମେଳାର ଆୟୋଜନ କରାଯାଇଛି । ଫଳରେ ସାହିତ୍ୟ ପ୍ରେମି ଲୋକମାନେ ପୁସ୍ତକ କିଣି ପଢିପାରିବେ ।
ଏହି ଅବସରରେ ଚଳିତ ବର୍ଷ ପ୍ରକାଶ ପାଇଥିବା କେମର ମୁଖପତ୍ର “କେନ୍ଦ୍ରାପଡା ପରିକ୍ରମା”ର ମଠ ସଂସ୍କୃତି ବିଶେଷାଙ୍କକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ସମ୍ପାଦକ ଜାହିଦ ଖାଁ ବୀବରଣୀ ପାଠ କରିଥିଲେ । ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନର ପିଲାମାନେ ଆବାହନୀ ସଂଗିତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଥାକାର ଡଃ.ରାମଚନ୍ଦ୍ର ବେହେରା,ଡା.ବିଶ୍ୱପ୍ରକାଶ କାନୁନଗୋ,ଡଃ.ସର୍ବେଶ୍ୱର ସେଣ,ଡଃ.ବାସୁଦେବ ଦାସ,ଉପଦେଷ୍ଟା ଡଃ. ବିରଜା ପ୍ରସାଦ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।