
ବଲାଙ୍ଗିର, ବଲାଙ୍ଗିର ଲୋକସଭା ଆସନ ପାଇଁ ଭାରତୀୟ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ଆଜି ତାଙ୍କର ଚତୁର୍ଥ ଥର ବଲାଙ୍ଗିର ସଂସଦୀୟ କ୍ଷେତ୍ର ପାଇଁ ତାଙ୍କର ନାମାଙ୍କନ ପତ୍ର ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରୱ ଶିୱାଜୀ ଇସଲୱାର ଙ୍କ ପାଖରେ ଦାଖଲ କରିଥିଲେ। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ବଲାଙ୍ଗିର ସହର ମଧ୍ୟରେ ଏକ ବିରାଟ ରୋଡ ସୋ ରେ ଯୋଗଦେଇ ଥିଲେ। ବିଜେପିର ବଲାଙ୍ଗିର ସଂସଦୀୟ କ୍ଷେତ୍ର ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ସମର୍ଥକ ଓ ଦଳୀୟ କାର୍ଯ୍ୟକର୍ତ୍ତା ବାଜା ଗଜା ଦୂଲ୍ ଦୁଲି ଡିଜେ ଡ଼ାକବାଜି ଯନ୍ତ୍ରରେ ଦଳୀୟ ପ୍ରଚାର୍ ସାମଗ୍ରୀ ସହିତ ନଗର ମଧ୍ୟରେ ଗଲା ବେଳେ ବିଭିନ୍ନ ସ୍ଥାନରେ ତାଂକୁ ଜନସାଧାରଣ ଅଭିନନ୍ଦନ ଜଣାଇଥିଲେ।
ଶ୍ରୀମତୀ ସିଂଦେଓଙ୍କ ସହିତ ବିଜେପି ନେତା ପୂର୍ବତନ ମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ଏବଂ ତାଙ୍କ ଝିଅ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ।