
ବଲାଙ୍ଗିର, ଲୋଇସିଂହା ବିଧାନସଭା ଆସନ ପାଇଁ ବିଜେପି ପ୍ରତ୍ୟାସି ଡା ମୁକେଶ ମହାଲିଙ୍ଗ ଆଜି ତାଙ୍କର ନାମାଙ୍କନ ପତ୍ର ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ତଥା ଲୋଇସିଂହା ବିଧାନସଭା ରିଟରନିଂ ଅଧିକାରି ଡଃ. ବିଜୟା ନନ୍ଦ ସେଠୀଙ୍କ ପାଖରେ ଦାଖଲ କରିଛନ୍ତି । ନାମାଙ୍କନ ସମୟରେ ରାଜେନ୍ଦ୍ର ବିଜୟ ସାହୁ ଏଡଭୋକେଟ, ପ୍ରମୋଦ ଚନ୍ଦ୍ର ପାଣ୍ଡେ ,ସରପଞ୍ଚ ସୁଲତା ପୁରୋହିତ, ବୃନ୍ଦାବନ ପଟେଲ ପ୍ରାର୍ଥୀ ଙ୍କ ସହିତ ଉପସ୍ଥିତ ଥିଲେ।
ନାମାଙ୍କନ ଆଗରୁ ସ୍ଥାନୀୟ ମହାଦେବ ମନ୍ଦିର ଛକ ଠାରୁ ଏକ ବିରାଟ ରୋଡସୋ ଶୋଭାଯାତ୍ରା ବାହାରିଥିବା ବେଳେ ପାଟନେଶ୍ଵରି, ସମଲେଶ୍ଵରି, ଗୋପାଳଜି ମନ୍ଦିରରେ ଦର୍ଶନ କରି ପୁଇନ୍ତଲା, ଲୋଇସିଂହା ଓ ଆଗଲପୁର ବ୍ଲକ ଅଞ୍ଚଳରୁ ଆସିଥିବା ବିଜେପି କର୍ମୀ ଓ ସମର୍ଥକ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଥିଲେ।