-
କେନ୍ଦୁଝରରେ ସର୍ବାଧିକ ୪୩ ଡ଼ିଗ୍ରୀ ରେକର୍ଡ : ଆଗାମୀ ୪ ଦିନ ରାଜ୍ୟରେ କେତେକ ସ୍ଥାନରେ ହିଟ୍ ୱେଭ୍ ନେଇ ଚେତାବନୀ
ଭୁବନେଶ୍ଵର, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି । ସେହିସବୁ ସ୍ଥାନ ଗୁଡିକ ହେଲା କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ରାଉରକେଲା, ବାଲେଶ୍ଵର, ଭୁବନେଶ୍ଵର ଏବଂ ଚାନ୍ଦବାଲି । କେନ୍ଦୁଝରରେ ସର୍ବାଧିକ ୪୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ଝାରସୁଗୁଡ଼ାରେ ୪୨.୮ ଡ଼ିଗ୍ରୀ, ସମ୍ବଲପୁରରେ ୪୨.୬ ଡ଼ିଗ୍ରୀ, ହୀରାକୁଦରେ ୪୧.୮ ଡ଼ିଗ୍ରୀ, ରାଉରକେଲାରେ ୪୧.୮ ଡ଼ିଗ୍ରୀ, ବାଲେଶ୍ଵରରେ ୪୧.୪ ଡ଼ିଗ୍ରୀ,ଭୁବନେଶ୍ଵରରେ ୪୧.୩ ଡ଼ିଗ୍ରୀ, ଚାନ୍ଦବାଲିରେ ୪୦.୭ ଡ଼ିଗ୍ରୀ, ପୁରୀରେ ୩୪.୬ ଡ଼ିଗ୍ରୀ, ଗୋପାଳପୁରରେ ୩୩.୨ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩.୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି । ଏଥିସହ ଆଗାମୀ ୪ ଦିନ ରାଜ୍ୟରେ କେତେକ ସ୍ଥାନରେ ହିଟ୍ ୱେଭ୍ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।