-
“ପ୍ରୟାସ” ୧୯୯୧ ବ୍ୟାଚ୍ ର ୫୪ ଜଣ ସାମିଲ୍ ହେଲେ
ଭୁବନ, ଭୁବନ ଏନ୍ ଏ ସି ବିଜେଡି ତରଫରୁ ସ୍ଥାନୀୟ ବିଷ୍ଣୁପ୍ରିୟା ଗାଲାକ୍ସି ପରିସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । “ପ୍ରୟାସ” ୧୯୯୧ ବ୍ୟାଚ୍ ର ଉପଦେଷ୍ଟା, ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ଆହ୍ଵାନ କ୍ରମେ ସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ସୁଶାନ୍ତ କୁମାର ପୋଥାଳଙ୍କ ନେତୃତ୍ଵରେ ୫୪ ଜଣ ସଦସ୍ୟ ବିଜେଡିରେ ସାମିଲ୍ ହୋଇଥିଲେ । ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ଓ ମଳୟ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କାମାକ୍ଷା ନଗର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଶାନ୍ତ ପୋଥାଳ, ସନ୍ତୋଷ ସାହୁ, ମଳୟ ତ୍ରିପାଠୀ, ମନୋଜ ପୋଥାଳ, ଚୈତନ୍ୟ ସାହୁ, ଦେବେନ୍ଦ୍ର ସାହୁ, ମନ ମୋହନ ସେନ, ଅଶେଷ ପୃଷ୍ଟି, କ୍ଷୀରୋଦ ପୃଷ୍ଟି, ଦୟାନିଧି ବେହେରା, କୃପାସିନ୍ଧୁ ବେହେରା, ରଞ୍ଜନ ବେହେରା, ପ୍ରଦୀପ୍ତ ପାତ୍ର, ଅର୍ଜୁନ ବାରିକ, ଶୁଭକାନ୍ତ ବର୍ଦ୍ଧନ, ଅଭିମନ୍ୟୁ ଗୁରୁ, ନୀଳମଣି ବିଶ୍ୱକର୍ମା, ରବୀନ୍ଦ୍ର ବେହେରା, ଦିଲ୍ଲୀପ ରାଉତ, ଗଗନ ବେହେରା, ଟୁନାକର ସାହୁ, ଚିତ ରଞ୍ଜନ ପୃଷ୍ଟି, ରତିକାନ୍ତ ଗୁରୁ, ତୁଷାର ଗାନ୍ଧୀ ସାହୁ, ଲକ୍ଷ୍ମୀଧର ସାହୁ, ପ୍ରମୋଦ ସାହୁ ପ୍ରମୁଖଙ୍କୁ ଦଳୀୟ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ଵାଗତ ଜଣାଇଥିଲେ । ନଗରପାଳ ଶୁଭେନ୍ଦୁ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଭୁବନ ଏନ୍ ଏ ସି ର ଦ୍ରୁତ ବିକାଶ ପାଇଁ ଆମ୍ଭେ ବିଜେଡିରେ ସାମିଲ ହେଲୁ ଏବଂ ବିଜେଡି ପ୍ରାର୍ଥୀଙ୍କୁ ଭୁବନରୁ ଲିଡ୍ କରିବାକୁ ଆମ୍ଭେ ପ୍ରୟାସ କରିବୁ ବୋଲି ସଭାପତି ସନ୍ତୋଷ କୁମାର ସାହୁ ମତବ୍ୟକ୍ତ କରିଥିଲେ ।