
ଗୋପାଳଗଂଜ, ବିହାରର ଗୋପାଳଗଂଜରେ ରାସ୍ତାରେ ଠିଆ ହୋଇଥିବା ପୋଲିସ ବଳର ତିନୋଟି ବସକୁ ପଛପଟୁ ଆସୁଥିବା ଏକ ଟ୍ରକ ରବିବାର ଧକ୍କା ଦେଇଛି । ଏହି ବସରେ ସୁପୌଲ ଯାଉଥିବା ଦୁଇଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ 8ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ଜଣେ ଯବାନ ଦୁଇଟି ବସ୍ ମଧ୍ୟରେ ଫସିଯାଇଥିଲେ । ଆହତଙ୍କ ଚିକିତ୍ସା ସଦର ହସ୍ପିଟାଲରେ ଚାଲିଛି । ଜଣଙ୍କୁ ହାୟର ସେଂଟର ରେଫର କରାଯାଇଛି ।
ସୂଚନା ମୁତାବକ ନିର୍ବାଚନୀ ଡ୍ୟୁଟିରେ 242ଜଣ ସୁରକ୍ଷାକର୍ମୀ ଗୋପାଳଗଂଜର ସୁପୌଲ ଯାଉଥିଲେ । ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ସମସ୍ତଙ୍କ ଡ୍ୟୁଟି ଥିଲା ।