ଭୁବନେଶ୍ୱର – ବିଧାନସଭାର ଏଷ୍ଟିମେଟ କମିଟିଙ୍କର ପଂଚମ ବୈଠକ ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁÂିତ ହୋଇଯାଇଛି ।
ବିଧାନସଭାସ୍ଥିତ ପ୍ରକୋÂ ନଂ-୫୪ରେ ଅନୁÂିତ ଏହି ବୈଠକରେ ପଂଚାୟିତିରାଜ ଓ ପାନୀୟଜଳ ବିଭାଗର କାର୍ଯ୍ୟାବଳୀ ସଂପର୍କରେ ଆଲୋଚନା ହୋଇଥିଲା । ରାଜ୍ୟରେ ସମ୍ପୂର୍ଣ୍ଣ ହୋଇଥିବା ଏବଂ ଅସମ୍ପୂର୍ଣ୍ଣ ଥିବା ବୃହତ୍ ପାନୀୟଜଳ ପ୍ରକଳ୍ପ ଓ ଏ ସମ୍ପର୍କିତ ଖର୍ଚ୍ଚ ଅଟକଳ ସମ୍ପର୍କରେ ସମୀକ୍ଷା ହୋଇଥିଲା ।
ଏହାଛଡ଼ା ଗ୍ରାମ୍ୟ ଜଳଯୋଗାଣ ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ଏହି ଯୋଜନାରେ ଅଦ୍ୟାବଧି ଅନ୍ତର୍ଭୁକ୍ତ ହୋଇଥିବା ଗ୍ରାମ ଓ ଜନସଂଖ୍ୟା, ଆସନ୍ତା ଆର୍ଥିକବର୍ଷ ନିମନ୍ତେ କାର୍ଯ୍ୟଖସଡ଼ା, ସ୍ୱଜଳଧାରା ଯୋଜନାର ଅଗ୍ରଗତି, ନଳକୂପ ଖନନର ଅଗ୍ରଗତି ଓ ଜିଲ୍ଲାୱାରୀ ସ୍ଥିତି ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ଏହି ବୈଠକରେ କମିଟିର ସଭ୍ୟ, ପଂଚାୟିତିରାଜ ଓ ପାନୀୟଜଳ ବିଭାଗର ବରିÂ ପଦାଧିକାରୀଙ୍କ ସମେତ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।