ସଂଘାଇ, ସଂଘାଇରେ ଚାଲୁଥିବା ତୀରନ୍ଦାଜ ବିଶ୍ୱକପର ପ୍ରଥମ ପର୍ଯ୍ୟାୟରେ ରବିବାର ଭାରତୀୟ ପୁରୁଷ ରିକର୍ଭ ଟିମ୍ ଅଲମ୍ପିକ ଚାମ୍ପିୟାନ ଦକ୍ଷିଣ କୋରିଆକୁ ପରାସ୍ତ କରି 14 ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତିଛି । ଏହି ମ୍ୟାଚରେ ଧୀରଜ ବୋମ୍ମଦେବରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଧବଙ୍କ ଟିମ ଏହି ଐତିହାସିକ ବିଜୟ ଦେଇଛନ୍ତି ।
ରିକର୍ଭ ପୁରୁଷ ଟିମ୍ ଇଭେଂଟର ଫାଇନାଲରେ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରି ମଜବୁତ ଦକ୍ଷିଣ କୋରିଆ ଉପରେ 5-1ରେ ବିଜୟ ହାସଲ କରିଛନ୍ତି ।