ଏଟା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ସଂରକ୍ଷଣ ଶେଷ କରିବା ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ହମ୍ଲା କରିଛନ୍ତି । ଶାହ କହିଛନ୍ତି ଯେ, ରାହୁଲ ଗାନ୍ଧି ମିଛ ଖେଳାବାର କାମ ବନ୍ଦ କର, ପଛୁଆବର୍ଗଙ୍କ ସଂରକ୍ଷଣ ଛଡାଇବାର କାମ ଆପଣ କରିଛନ୍ତି । ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ସଂରକ୍ଷଣ ବିଜେପି କେବେ ହଟାଇବାକୁ ଦେବନାହିଁ ।
ଅମିତ ଶାହ ବିଜେପି ପ୍ରାର୍ଥୀ ରାଜବୀର ସିଂହ ରାଜୁ ଭୈୟାଙ୍କ ସମର୍ଥନରେ ଏଟାରେ ଆୟୋଜିତ ନିର୍ବାଚନୀ ଜନସଭାରେ କହିଛନ୍ତି ଯେ, ପ୍ରତି ଗରିବର ଜୀବନର ମାନକୁ ଉଠାଇବାର କାମ ନରେନ୍ଦ୍ର ମୋଦି କରିଛନ୍ତି । ଏହି ଅବସରରେ ସେ ବିରୋଧୀ ଦଳର ମେଂଟ ଆଇଏନଡିଆଇଏକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଏବେ ସୁଦ୍ଧା ହୋଇଥିବା ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିରୋଧୀ ଦଳର ମେଂଟର ସଫା ହୋଇଯାଇଛି ।