ରାୟପୁର,ଛତିଶଗଡ଼ ସରକାରର ଦାବି ଉପରେ ସିବିଆଇ ବିରନପୁର ସାମ୍ପ୍ରଦାୟିକ ଦଙ୍ଗାରେ ୧୨ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ମାମଲାର ଯାଂଚ୍ ପାଇଁ ସିବିଆଇ ଟିମ୍ ଶନିବାର ଇଣ୍ଡିଗୋର ରୁଟିନ୍ ଫ୍ଲାଇଟ୍ ରେ ରାୟପୁରରେ ପହଂଚିଛି । ଏହାପରେ ସିବିଆଇ ଟିମ୍ ରାୟପୁର ବିମାନବନ୍ଦରରୁ ଦୁଇଟି ଗାଡି ଯୋଗେ ବେମେତରାର ବିରନପୁର ପହଂଚିଛନ୍ତି । ବେମେତରା ପୋଲିସ ଠାରୁ କେସ୍ ଡାଏରୀ ନେଇ ସିବିଆଇ ତଦନ୍ତ ଆରମ୍ଭ କରିଛି । ବିଧାୟକ ଇଶ୍ଵର ସାହୁଙ୍କୁ ଭେଟିଛନ୍ତି ସିବିଆଇ ଟିମ୍ ।
ସିବିଆଇର ଏହି ଯାଂଚ୍ ଟିମ୍ ରେ ଏସପି, ଡିଏସପି ଏବଂ ଟିଆଇ ସ୍ତରର ଅଧିକାରୀ ସାମିଲ୍ ହୋଇଛନ୍ତି । ଟିମ୍ କ୍ୟାମ୍ପ କରିବା ସହ ଆଗକୁ ମାମଲାର ତଦନ୍ତ କରିବ ।