-
ଭୁବନେଶ୍ଵରରେ ସର୍ବାଧିକ ୪୩.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ :
-
ଗାମୀ ୪ ଦିନ ରାଜ୍ୟରେ କେତେକ ସ୍ଥାନରେ ହିଟ୍ ୱେଭ୍ ନେଇ ପାଣିପାଗ ବିଭାଗର ଚେତାବନୀ
ଭୁବନେଶ୍ଵର, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୫ଟି ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି । ସେହିସବୁ ସ୍ଥାନ ଗୁଡିକ ହେଲା ଭୁବନେଶ୍ଵର, କେନ୍ଦୁଝର, ଚାନ୍ଦବାଲି, ବାଲେଶ୍ଵର ଏବଂ ରାଉରକେଲା। ଭୁବନେଶ୍ଵରରେ ସର୍ବାଧିକ ୪୩.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି କେନ୍ଦୁଝରରେ ୪୨.୭ ଡ଼ିଗ୍ରୀ, ଚାନ୍ଦବାଲିରେ ୪୨.୨ ଡ଼ିଗ୍ରୀ, ବାଲେଶ୍ଵରରେ ୪୧.୪ ଡ଼ିଗ୍ରୀ, ରାଉରକେଲାରେ ୪୦.୬ ଡ଼ିଗ୍ରୀ, ଝାରସୁଗୁଡ଼ାରେ ୩୯.୯ ଡ଼ିଗ୍ରୀ, ସମ୍ବଲପୁରରେ ୩୯.୪ ଡ଼ିଗ୍ରୀ, ହୀରାକୁଦରେ ୩୭.୮ ଡ଼ିଗ୍ରୀ, ପୁରୀରେ ୩୪.୯ ଡ଼ିଗ୍ରୀ, ଗୋପାଳପୁରରେ ୩୪.୨ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି । ଏଥିସହ ଆଗାମୀ ୪ ଦିନ ରାଜ୍ୟରେ କେତେକ ସ୍ଥାନରେ ହିଟ୍ ୱେଭ୍ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।