-
ବିଜେଡିରେ ଯୋଗଦାନ କଲେ କଂଗ୍ରେସ ନେତା ସନାତନ ଓ ଧବଳ
ବ୍ରହ୍ମପୁର – ମତଦାନ ସମୟ ଯେତେ ପାଖେଇ ଆସୁଛି ନିର୍ବାଚନୀ ତାତି ସେତେ ବଢ଼ିବାରେ ଲାଗିଛି। ସେହିପରି ସବୁଠୁ ଅଧିକ ହେଉଛି ବ୍ରହ୍ମପୁର ସହରର ରାଜନୀତି ସେତେ ସରଗରମ ହେଉଛି। ଏହି ବିଧାନସଭାରେ ବହୁ ବର୍ଷ ଧରି ବିଭିନ୍ନ ଦଳରେ ରହିଥିବା ନେତା ମାନେ ରାତି ଅଧରେ ଦଳ ପରିବର୍ତ୍ତନ କରୁଛନ୍ତି। ଏହି ଠାରେ ରାଜ୍ୟର ବୋଧେ ସବୁଠାରୁ ଅଧିକ ଦଳ ପରିବର୍ତ୍ତନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବ। ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା ୫ ନମ୍ୱର୍ ୱାର୍ଡ ରେ ଏକ ନିଆରା ଚିତ୍ର ଦେଖିବାକୁ ମିଳୁଛି। ଗତ ୨୦୨୨ ସହରାଞ୍ଚଳ ନିର୍ବାଚନରେ ବିଜେଡି ଦଳ ଏହି ୱାର୍ଡ କୁ ହାତେଇ ଥିବା ବେଳେ ଏଠାରେ ଦଳର କର୍ପୋରେଟର ରହିଛନ୍ତି। ତେବେ ସେହି ସମୟରେ ପ୍ରମୁଖ ବିରୋଧୀ ଭାବେ ନିର୍ବାଚନ ଲଢ଼ିଥିବା ଏବଂ ଭୋଟ ପାଇବାରେ ଦ୍ଵିତୀୟ ସ୍ଥାନରେ ରହିଥିବା ସ୍ଵାଧୀନ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମାନେ ବିଜେଡିରେ ଯୋଗଦାନ କରିଛନ୍ତି। ଏହା ସହିତ ପୂର୍ବରୁ ମଧ୍ୟ ଏହି ୱାର୍ଡ ରୁ ବହୁ ଯୁବ ବିଜେପି ନେତା ବିଜେଡିରେ ଯୋଗଦାନ କରିଥିଲେ। ତେବେ ବର୍ତ୍ତମାନ ର ସ୍ଥିତି କୁ ଦେଖିଲେ ଲାଗୁଚି ଏହି ୱାର୍ଡ ରୁ ବିରୋଧୀଙ୍କୁ ହଟେଇବା ରେ ବିଜେଡି ଲାଗିଛି। ଆଜି ଉକ୍ତ ୱାର୍ଡ ର ନେତା ତଥା ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନାତନ ସାହୁ ନିଜର ଶହ ଶହ ସମର୍ଥକଙ୍କୁ ନେଇ ବିଜେଡିରେ ଯୋଗଦାନ କରିଛନ୍ତି। ସେହିପରି ୨୩ ନମ୍ୱର୍ ୱାର୍ଡ ର ପୂର୍ବତନ କର୍ପୋରେଟର ଏବଂ ବରିଷ୍ଟ କଂଗ୍ରେସ ନେତା ଧବଳ ବେହେରା ମଧ୍ୟ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦାନ କରିଛନ୍ତି। ଆଜି ଏହି ଦୁଇ ନେତା ଓ ତାଙ୍କ ସମର୍ଥକଙ୍କୁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ବିଧାୟକ ପ୍ରାର୍ଥୀ ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ସଂଘମିତ୍ରା ଦଳେଇ, କଟକ ମେୟର ସୁବାସ ସିଂ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଅର୍ବାନ ବ୍ୟାଙ୍କ ସଭାପତି ଆର ମୁରଲୀ ମୋହନ, ଜିଲ୍ଲା ଯୁବ ସଭାପତି ଭବାନୀ ଶଙ୍କର ସାହୁ, ନଗର ଯୁବ ସଭାପତି ଅଜିତ୍ ପଣ୍ଡା, ମହିଳା ସଭାନେତ୍ରୀ ସୋନାଲି ଗନ୍ତାୟତ, ବରିଷ୍ଟ ନେତା ଭଗବାନ ଗନ୍ତାୟତ, ଫାଇଜ୍ ଖାନ, ମମତା ବିଷୋୟୀ ଙ୍କ ସମେତ ସମସ୍ତ କର୍ପୋରେଟର ମାନେ ଉପଢୌକନ ପକାଇ ସମସ୍ତଙ୍କୁ ଦଳକୁ ସ୍ଵାଗତ କରିଥିଲେ।