
ଭୁବନେଶ୍ୱର, ରବିବାର ସଂଧ୍ୟାରେ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ବିଜେପିର ଜନସଭାରେ ପାର୍ଟୀର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଯୋଗ ଦେବେ । ବିଜେପି ସୁତ୍ରରୁ ଏହି ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ବିଜେପି ସଭାପତି ଶ୍ରୀ ନଡ୍ଡା ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରେ 4ଟା 30ରେ ପହଞ୍ଚିବେ । ସେଠୁ ସିଧା ସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଈଲୁଣ୍ଡା ଏୟାରଷ୍ଟ୍ରିପ ଯିବେ । ସେ ସାଢେ 5 ରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ । ପରେ 6 ଟା 45ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି କାର୍ଯ୍ୟକର୍ତ୍ତା ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର, କୋରାପୁଟ କାର୍ଯ୍ୟକର୍ତ୍ତା ଯୋଗ ଦେବେ । ବ୍ରହ୍ମପୁରରେ ରାତ୍ରି ଯାପନ କରିବେ ପର ଦିନ ସକାଳୁ ଦିଲ୍ଲୀ ଫେରିବେ ନଡ୍ଡା।