
ନୂଆଦିଲ୍ଲୀ, ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଶୁକ୍ରବାର କେନ୍ଦ୍ରୀୟ ଯାଂଚ୍ ବ୍ୟୁରୋ(ସିବିଆଇ)ର ଚଢ଼ଉ ଏବଂ ଏଠାରୁ ମିଳିଥିବା ବିଦେଶୀ ଅସ୍ତ୍ରଶସ୍ତ୍ରକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ସନ୍ଦେଶଖାଲିରେ ସିବିଆଇ ଚଢ଼ଉ ଘଟଣାକୁ ନେଇ ଗୋଟିଏ ପଟେ ତୃଣମୂଳ କଂଗ୍ରେସ (ଟିଏମସି) ଏହାକୁ ରାଜ୍ୟକୁ ବଦନାମ୍ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଦର୍ଶାଇବା ସହ ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି । ଅନ୍ୟପକ୍ଷରେ ଭାଜପା ନେତା ଏହି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଓ ଗିରଫ ଦାବି କରିଛନ୍ତି । ଭାଜପା ନେତା ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ଓକିଲାତି କରୁଛନ୍ତି ।
ଶୁକ୍ରବାର ସିବିଆଇର ଚଢ଼ଉ ପରେ ଶନିବାର ତୃଣମୂଳ କଂଗ୍ରେସ ନିର୍ବାଚନ କମିଶନଙ୍କୁ ପତ୍ର ଲେଖି ସିବିଆଇ ଉପରେ ଅଭିଯୋଗ ଆଣିଛି ଯେ, ଏହି ଚଢ଼ଉ ପଶ୍ଚିମବଙ୍ଗକୁ ବଦନାମ୍ କରିବା ପାଇଁ କରାଯାଉଛି ।