ଭୁବନେଶ୍ଵର, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ୧୧ଟି ସ୍ଥାନରେ ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବାଧିକ ୪୧.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।
ସେହିପରି ଭୁବନେଶ୍ଵରରେ ୪୧.୨ ଡ଼ିଗ୍ରୀ, କେନ୍ଦୁଝରରେ ୪୦.୬ ଡ଼ିଗ୍ରୀ, ବାଲେଶ୍ଵରରେ ୪୦.୧ ଡ଼ିଗ୍ରୀ, ସମ୍ବଲପୁରରେ ୪୦ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯.୬ ଡ଼ିଗ୍ରୀ, ହୀରାକୁଦରେ ୩୯ ଡ଼ିଗ୍ରୀ, ରାଉରକେଲାରେ ୩୮.୬ ଡ଼ିଗ୍ରୀ, ଗୋପାଳପୁରରେ ୩୪.୪ ଡ଼ିଗ୍ରୀ, ପୁରୀରେ ୩୪.୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।