ନୂଆଦିଲ୍ଲୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ଉପରେ ନିଶାନା ସାଧିଛନ୍ତି । ନଡ୍ଡା କହିଛନ୍ତି ଯେ, କଂଗ୍ରେସ ଏସସି, ଏସଟି ଓ ଓବିସି ବର୍ଗଙ୍କୁ ଘୃଣା କରେ । ନଡ୍ଡା ଶୁକ୍ରବାର ଏକ୍ସ ପୋଷ୍ଟରେ କହିଛନ୍ତି ଯେ, କଂଗ୍ରେସ ଓ ଇଂଡି ମେଂଟର ଲୁପ୍ତ ଏଜେଣ୍ଡା ହେଉଛି ଏସସି, ଏସଟି ଓ ଓବିସି ବର୍ଗର ଅଧିକାରକୁ ଛଡାଇ ନେଇ ମୁସଲିମଙ୍କୁ ଦେବା । କଂଗ୍ରେସ କହୁଛି ଯେ, ଦେଶର ସମ୍ବଳ ଉପରେ ପ୍ରଥମ ଅଧିକାର ମୁସଲିମମାନଙ୍କର ରହିଛି କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଯେ, ସମ୍ବଳ ଉପରେ ପ୍ରଥମ ଅଧିକାର ଗରିବଙ୍କର ରହିଛି । ସେ କହିଛନ୍ତି ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଭୁଲବଶତଃ ଏହି ବୟାନ ଦେଇନଥିଲେ । ସେ ଜାଣିଶୁଣି ଏଭଳି କରିଥିଲେ, କାରଣ 2009 ଏପ୍ରିଲରେ ମୁମ୍ବାଇରେ ଏକ ପ୍ରେସ କନଫରେନ୍ସ ସମୟରେ ଏକ ପ୍ରଶ୍ନ ଉପରେ ସେ ନିଜ ବୟାନ ଉପରେ କାଏମ ଥିଲେ । ଡ. ସିଂହ କହିଥିଲେ ଯେ, ସଂଖ୍ୟାଲଘୁ, ବିଶେଷକରି ମୁସଲମାନଙ୍କୁ ପ୍ରାଥମିକତା ଦେବା ଉଚିତ ଏବଂ ଦେଶର ସମ୍ବଳ ଉପରେ ପ୍ରଥମ ଅଧିକାର ସେମାନଙ୍କର ରହିବା ଦରକାର ।