ନୂଆଦିଲ୍ଲୀ, ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ଭାରତୀୟ ଜନତା ପାର୍ଟି କଂଗ୍ରେସର ମେନିଫେଷ୍ଟୋକୁ ନେଇ ନିୟମିତ ଟାର୍ଗେଟ କରୁଛି । ଶୁକ୍ରବାର ବିଜେପି ସିଧା ଟାର୍ଗେଟ କରି କହିଛି ଯେ, କଂଗ୍ରେସ ଓ ଇଂଡି ମେଂଟ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ଅଧିକାର ହଡପ କରୁଛି ।
ଶୁକ୍ରବାର ବିଜେପି ମୁଖ୍ୟାଳୟରେ ଆୟୋଜିତ ପ୍ରେସମିଟରେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, କଂଗ୍ରେସ ଓ ଇଂଡି ମେଂଟ ଦ୍ୱାରା ଏସସି, ଏସଟି ଓ ଓବିସିଙ୍କ ଅଧିକାର ଲୁଟ୍ ହେଉଛି । ଯେଉଁଭଳି ଭାବେ ଓବିସିଙ୍କ ସଂରକ୍ଷଣ ଛଡାଇ ମୁସଲମାନମାନଙ୍କୁ ଦିଆଯାଇଛି, ତାହା ଅଧିକାରକୁ ଛଡାଇବା ନେବାର ପ୍ରୟାସ ଅଟେ । ଯାହାକୁ ଦେଶରେ ବରଦାସ୍ତ କରାଯିବନାହିଁ । ବିଜେପି ସବୁବେଳେ ସବକା ସାଥ ସବକା ବିକାଶର ସମର୍ଥନ କରିଛି ।