
ଅଶୋକନଗର, ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି ଯେ, ଏହି ଦେଶର ସମ୍ବଳ ଉପରେ ସର୍ବ ପ୍ରଥମ ଅଧିକାର ଆଦିବାସୀ, ଦଳିତ ଗରିବ, ଓବିସିଙ୍କର ଅଛି କିନ୍ତୁ କଂଗ୍ରେସ କହୁଛି ଯେ, ଦେଶର ସମ୍ବଳ ଉପରେ ସର୍ବ ପ୍ରଥମ ଅଧିକାର ମୁସଲମାନଙ୍କର ରହିଛି । ସେ କହିଛନ୍ତି ଯେ, କଂଗ୍ରେସର ମନଇଚ୍ଛା ଆମେ ପୂରଣ ହେବାକୁ ଦେବାନାହିଁ । କଂଗ୍ରେସ ଓବିସି ବିରୋଧୀ ପାର୍ଟି ଅଟେ । ସେମାନେ ଓବିସି କମିଶନ ଗଠନ କରିନାହାନ୍ତି । ବର୍ଷ ବର୍ଷ ଧରି ଓବିସି ବର୍ଗର ଲୋକଙ୍କୁ କେନ୍ଦ୍ରୀୟ ସଂସ୍ଥାରେ ସଂରକ୍ଷଣ ଦିଆଯାଇନଥିଲା । ପ୍ରଧାନମନ୍ତ୍ରୀ ମୋଦି ଏହି ଦେଶର ବିକାଶରେ ସର୍ବ ପ୍ରଥମେ ପ୍ରାଥମିକତା ଏସସି, ଏସଟି ଓ ପଛୁଆବର୍ଗଙ୍କୁ ଦେଇଛନ୍ତି । ନିଟ୍ ପରୀକ୍ଷା, ମେଡିକାଲ ପ୍ରବେଶରେ 27 ପ୍ରତିଶତ ସଂରକ୍ଷଣ ଦେବାର କାମ ପ୍ରଧାନମନ୍ତ୍ରୀ କରିଛନ୍ତି ।