
ନୂଆଦିଲ୍ଲୀ, କଂଗ୍ରେସ ଶୁକ୍ରବାର ଭିଭିପାଟ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସିଧା କୌଣସି ଟିପ୍ପଣୀ ଦେଇନାହିଁ । ତେବେ ଏହି ପିଟିସନ ଉପରେ କଂଗ୍ରେସର କୌଣସି ନେଣଦେଣ ନଥିବା ଦଳ ପକ୍ଷରୁ କୁହାଯାଇଛି ।
କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଯେ, କଂଗ୍ରେସ ଏହି ପିଟିସନର ଅଂଶ ନଥିଲା । ତେବେ ଭିଭିପାଟରେ ମତଗଣନା ଉପରେ ଆମର ରାଜନୈତିକ ଅଭିଯାନ ଜାରି ରହିବ ।
ଜୟରାମ ରମେଶ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ଭିଭିପାଟ ଉପରେ ସୁପ୍ରିମକୋର୍ଟ ଆଜି ଯେଉଁ ପିଟିସନ ଖାରଜ କଲେ, ତା ସହ କଂଗ୍ରେସର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ସଂପୃକ୍ତ ନୁହଁ । ସେ କହିଛନ୍ତି ଯେ, ଆମେ ଦୁଇ ନ୍ୟାୟଧୀଶଙ୍କ ପୀଠର ନିଷ୍ପତ୍ତି ଉପରେ ଧ୍ୟାନ ଦେଇଛୁ । ନିର୍ବାଚନ ପ୍ରକ୍ରିୟାରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଁ ଭିଭିପାଟର ଅଧିକରୁ ଅଧିକ ବ୍ୟବହାର ଉପରେ ଆମର ରାଜନୈତିକ ଅଭିଯାନ ଜାରି ରହିବ ।