
ଲଖିମପୁର ଖିରି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଲଖିମପୁର ଖିରିରେ ବିଜେପି ପ୍ରାର୍ଥୀ ଅଜୟ ମିଶ୍ର ଟେନୀଙ୍କ ସମର୍ଥନରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ବିଜେପି ଯାହା କହିଥାଏ, ତାହା କରିଥାଏ । ସେ କହିଛନ୍ତି ଯେ, ସରକାରକୁ ଆସିବା ପରେ ବିଜେପି ନିଜର ସମସ୍ତ ପ୍ରତିଶ୍ରୁତି ପୂରଣ କରିଛି ।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ଭାରତର ସମ୍ମାନ ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଇଛି । ଏବେ ଭାରତ କିଛି କହୁଛି ତ ବିଶ୍ୱ କାନ ଖୋଲି ଶୁଣୁଛି । କଂଗ୍ରେସ ସରକାରରେ ପ୍ରତିଦିନ କୌଣସି ନା କୌଣସି ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ଘଟୁଥିଲା । ଆଜି କେଉଁଠି ବି ଆତଙ୍କବାଦୀମାନେ ଆତଙ୍କବାଦ କାର୍ଯ୍ୟକଳାପ କରିବାକୁ ସାହସ କରିପାରୁନାହାନ୍ତି । ଯେଉଁ ଶକ୍ତି ଦ୍ୱାରା ଭାରତ ସରକାର ଆତଙ୍କବାଦର ସଫା କରିଛନ୍ତି ଆଜି ପୂରା ବିଶ୍ୱରେ ଏହାର ପ୍ରଶଂସା ହେଉଛି ।