
ଭୁବନେଶ୍ୱର, ପୂର୍ବତନ ଭାରତୀୟ ହକି ଟିମ୍ ଅଧିନାୟକ ପ୍ରବୋଧ ତିର୍କୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି । ସୋନପୁର ଠାରେ ଅନୁଷ୍ଠିତ ବିଜେପି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ପ୍ରବୋଧ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ନିକଟରେ ପ୍ରବୋଧଙ୍କୁ କଂଗ୍ରେସ ତଳସରା ଟିକେଟ ଦେଇ ଫେରାଇ ନେଇଥିଲା । ଏହି ନିଷ୍ପତିରେ ନିରାଶ ଥିଲେ ପ୍ରବୋଧ ।