ଭୁବନେଶ୍ୱର, ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ ଓ ସ୍ୱଚ୍ଛ ରୂପେ ସଂପନ୍ନ କରାଇବା ପାଇଁ ସୁରକ୍ଷା ଓ ଆଇନଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ସେହି କ୍ରମରେ ରାଜ୍ୟରେ ଅତିରିକ୍ତ ୧୦ କମ୍ପାନୀ ତ୍ରିପୁରା ରାଜ୍ୟ ସଶସ୍ତ୍ର ପୋଲିସ (ଭାରତ ରିଜର୍ଭ ବାଟାଲିୟନ୍) ମୁତୟନ ପାଇଁ ନିଷ୍ପତି ହୋଇଛି । ଏହି ଦଶ କମ୍ପାନୀ ସଶସ୍ତ୍ର ପୋଲିସ ବଳ ଓଡ଼ିଶାର ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, ସୋନପୁର, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମୁତୟନ ହେବେ । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦ୍ଦେଶରେ ରାଜ୍ୟ ପୋଲିସ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଡିଜି ସଞ୍ଜୟ କୁମାର, ସିଏପିଏଫ୍ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଡିଜି ଏସ୍. ଦେବଦତ ସିଂ ଓ ଷ୍ଟେଟ୍ ଫୋର୍ସ କୋର୍ଡିନେଟର ତଥା ସିଆରପିଏଫ୍ ଆଇଜି ଶ୍ରୀମତୀ ଅର୍ଚ୍ଚନା ଶିବହରେଙ୍କ ମଧ୍ୟରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକ ପରେ ତୃତୀୟ ପର୍ଯ୍ୟାୟ ମୁତୟନ ଚୂଡ଼ାନ୍ତ ହୋଇଥିଲା । ଏହି କମ୍ପାନୀଗୁଡ଼ିକ ନିଜ ନିଜର ମୁତୟନ ହୋଇଥିବା ସ୍ଥାନରେ ୨୦୨୪ ମଇ ୧ ତାରିଖରୁ କାର୍ଯ୍ୟ ଆରମ୍ଭ କରିବେ । ରାଜ୍ୟରେ ସୁରକ୍ଷିତ ନିର୍ବାଚନ ଓ ଶାନ୍ତିଶୃଙ୍ଖଳା ମଧ୍ୟରେ ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା ପାଇଁ ପୂର୍ବରୁ ରହିଥିବା ସଶସ୍ତ୍ର ବାହିନୀ ଓ ପୋଲିସ ବଳ ସହ ମିଶି ଏହି ୧୦ କମ୍ପାନୀ ରାଜ୍ୟ ସଶସ୍ତ୍ର ବାହିନୀ, ତ୍ରିପୁରା ବିଶେଷ ସହାୟକ ହେବେ ।
Related Stories
November 22, 2024