ଧର୍ମଶାଳା,ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚୟତ ବନ୍ଧଡିହ ମାରୁତି କୃପା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଚତୁର୍ଦ୍ଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ସ୍ଥାନୀୟ ଅଂଚଳର ଭକ୍ତମାନେ ବ୍ରାହ୍ମଣୀ ନଦୀରୁ କଳସରେ ପାଣି ଉଠାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ଏହି କଳସ ଶୋଭାଯାତ୍ରରେ ଭକ୍ତମାନେ ପଂଚାୟତର ବିଭିିନ୍ନ ସ୍ଥାନ ପରିକ୍ରମା କରି ରାମ ମନ୍ଦିର ପରିସରରେ ଯଜ୍ଞମଣ୍ଡପରେ ପଂହଚି ଥିଲେ । ପରେ ବିଶିଷ୍ଠ ପଣ୍ଡିତ ବିଷ୍ଣୁ ମୋହନ ତ୍ରିପାଠୀଙ୍କ ତତ୍ୱବଧାନରେ ଯଜ୍ଞ କର୍ମ ଆରମ୍ଭ ହୋଇଥିଲା । ମୁଖ୍ୟ କର୍ତାଭାବେ ରଞ୍ଜିତ ବେହେରା ଓ ଗୀତାଞ୍ଜଳୀ ବେହେରା ଯଜ୍ଞ କର୍ମରେ ସହଯୋଗ କରିଥିଲେ । ବିଭିନ୍ନ ଦିବସମାନଙ୍କରେ ସୂର୍ଯ୍ୟ ପୂଜା,ଗୋ-ପୂଜା,ଷୋଡଶ ଉପଚାର ପୂଜା ସହ ସନ୍ଧ୍ୟାରେ ନାମ ସଂକୀର୍ତନ,ଭଜନ ସନ୍ଧ୍ୟା,ପ୍ରବଚନ ଓ ରାମଚରିତ ମାନସ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଶ ହୋଇଥିଲା । ଟ୍ରଷ୍ଟ ଉପଦେଷ୍ଟା ଅର୍ଜ୍ଜୁନ ଚରଣ ମହାନ୍ତି,ସନ୍ତୋଷ ସାହୁ,ଶ୍ରୀକାନ୍ତ ସାହୁ,କୁଳମଣୀ ବେହେରାଙ୍କ ସମେତ ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପୂର୍ଣ୍ଣାହୂତି ଦିବସରେ ସ୍ଥାନୀୟ ୧୦ ଗୋଟି ପଂଚାୟତର ଶହଶହ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଜନସମାଗମକୁ ଦୃଷ୍ଟିରେ ରଖି ବ୍ରହ୍ମବରଦା ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
Related Stories
November 24, 2024
November 24, 2024