
ଧର୍ମଶାଳା, ସରକାର ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଓ ବ୍ୟବସାୟୀକରଣ ନିମନ୍ତେ ବହୁ ରାଷ୍ଟ୍ରାୟତ ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି । ଏବଂ ସମସ୍ତ ବ୍ୟାଙ୍କଗୁଡିକୁ ଡିଜିଟାଲ କରାଯାଉଛି । ଏବଂ ବ୍ୟାଙ୍କକୁ ଆସୁଥିବା ଗ୍ରାହକମାନଙ୍କ ପାଇଁ ଉତମ ସେବା ପ୍ରଦାନ କରିବାକୁ ପ୍ରଚାର ପ୍ରସାର କରୁଛନ୍ତି । ହେଲେ କେତେକ କର୍ମଚାରୀମାନଙ୍କ ପାଇଁ ଏହି ସବୁ ବ୍ୟାଙ୍କରୁ ଗ୍ରାହକ ମୁହଁ ଫେରାଇ ନେଉଛନ୍ତି । ତଳ ଶ୍ରେଶୀର କର୍ମଚାରୀଙ୍କ କାର୍ଯ୍ୟକଳାପରେ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥିତ ଭାରତୀୟ ଷ୍ଟ୍ରେଟ୍ ବ୍ୟାଙ୍କ କ୍ଷେତ୍ରରେ । ଏହି ବ୍ୟାଙ୍କରେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମୀ ଚନ୍ଦ୍ର ମୋହନ ହେମରମ୍ଙ୍କ କାର୍ଯ୍ୟକଳାପରେ ଗ୍ରାହକ ଅତିଷ୍ଠ ହୋଇପଡୁଥିବା ଅଭିଯୋଗ ହୋଇଛି । ବ୍ୟାଙ୍କ ମୁଖ୍ୟ ପରିଚାଳକଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଗ୍ରାହକମାନେ ପ୍ରକାଶ କରିଛନ୍ତି । ଅଭିଯୋଗ ମୁତାବକ,ଚନ୍ଦ୍ର ମୋହନ ଦୀର୍ଘ ଦିନ ଧରି ବ୍ୟାଙ୍କର ସୁରକ୍ଷା ଦାୟିତ୍ୱରେ ରହି ଆସୁଛନ୍ତି । ବ୍ୟାଙ୍କକୁ ଆସୁଥିବା ଗ୍ରାହକମାନଙ୍କୁ ବିଭିନ୍ନ ଆଳ ଦେଖାଇ ଗ୍ରାହକମାନଙ୍କୁ ଦୃବ୍ୟବହାର କରିବା ସହିତ ଏହି ବ୍ୟାଙ୍କକୁ ନ ଆସି ଅନ୍ୟ ବ୍ୟାଙ୍କ ଯିବାକୁ ଧମକ ଦେଉଛନ୍ତି । ଏହାକୁ ନେଇ ଅନେକ ସମୟରେ ସୁରକ୍ଷା କର୍ମୀ ଓ ଗ୍ରାହକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି । ଏପରି ଅନେକ ସମୟରେ ସୁରକ୍ଷା କର୍ମୀଙ୍କ ହାତରେ ଥିବା ବନ୍ଧୁକରୁ ଗୁଳି ଫୁଟାଇ ଥିବା ନଜିର ମଧ୍ୟ ରହିଛି । ଏହି ଗୁଳି ଫୁଟାରେ କାହାରି କିଛି କ୍ଷତି ହୋଇ ନ ଥିବା ବେଳେ ଗୁଳିଟି କାନ୍ଥରେ ବାଜିଥିଲା । ଏହି ଘଟଣାକୁ ନେଇ ବ୍ୟାଙ୍କ ଉଚ୍ଚ କତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହି ଘଟଣାରେ ତଦନ୍ତ କରାଯାଇଥିଲା ହେଲେ ତାଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇ ଆପୋଷ ସମାଧାନ କରାଯାଇଥିଲା । ପୁଣି କିଛି ଦିନ ବ୍ୟବଧାନ ପରେ ଚନ୍ଦ୍ର ମୋହନଙ୍କ ଏଭଳି କାର୍ଯ୍ୟକଳାପରେ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଗ୍ରାହକମାନେ ଦାବି କରିଛନ୍ତି ।