କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଶ୍ରୀମନ୍ଦିର ରେ ମଙ୍ଗଳବାର ସକାଳ ସମୟରେ ମହାସ୍ନାନ ହୋଇଥିଲା | ମଙ୍ଗଳ ଆଳତି ପୂର୍ବରୁ ପରମ୍ପରା ଅନୁସାରେ ପ୍ରଥମେ କୀର୍ତନ ହୋଇଥାଏ ଏବଂ ପରେ ପରେ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥାଏ |ସୂଚନା ଅନୁସାରେ ମଙ୍ଗଳବାର ସକାଳ ଦ୍ୱାର ଫିଟା ନୀତି ପରେ ଏବଂ ମଙ୍ଗଳ ଆଳତି ପୂର୍ବରୁ ବେହେରଣ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିଥିବା ଦେଖିବା ପରେ ପୁନର୍ବାର ଦ୍ୱାର ବନ୍ଦ କରାଯାଇଛି ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା |ଏହି ପରିପ୍ରେକ୍ଷୀରେ ଭୋର ସମୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ ଧାଡିରେ ରହିଥିବା ଭକ୍ତଙ୍କ ମଧ୍ୟ୍ୟରେ ଅସନ୍ତୋଷ ଏବଂ କ୍ଷୋଭ ଦେଖିବାକୁ ମିଳିଥିଲା |ମଙ୍ଗଳ ଆଳତି ପୂର୍ବରୁ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ନ ଥିବା ବେଳେ ଏଭଳି ଘଟଣା ଘଟିଲା କେମିତି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି ଏବଂ ଏଥିପାଇଁ ଦାୟୀ କିଏ?ଶ୍ରୀମନ୍ଦିର ପ୍ରଶାସନ ଏଥି ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ଅନେକ ମତ ପ୍ରକାଶ କରିଛନ୍ତି |
Related Stories
November 22, 2024