ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିଧାନସଭା ଅଞ୍ଚଳରେ ବିଭିନ୍ନ ଜନସଚେତନ ନାଗରିକଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କୁ ଭେଟି ସେମାନଙ୍କ ସମସ୍ୟା ପଚାରି ବୁଝିବା ସହ ସମାଧାନ କିପରି କରାଯିବ ତାହାର ରାସ୍ତା ଖୋଜି ବାହାର କରୁଛନ୍ତି ବ୍ରହ୍ମପୁରର ଲୋକସଭା କ୍ଷେତ୍ରର ସ୍ୱାଧିନ ସାଂସଦ ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ । ଏହାସହ ଚଳିତ ଥର ନୂତନ ଭୋଟର ତାଲିକାରେ ସ୍ଥାନ ପାଇଥିବା ନୂଆ ଭୋଟରଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ତେବେ ନାଇଡୁଙ୍କ ସପକ୍ଷରେ ବରିଷ୍ଠ ନାଗରିକ, ଆଇନ୍ଜୀବୀ, ଯୁବ, ଛାତ୍ର, ମହିଳା ଭୋଟରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ସୂଚନାଥାଉକି, ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଜନସାଧାରଣଙ୍କ ଅଧିକାରୀଙ୍କୁ ଦିଲ୍ଲୀ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ସେ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଲୋକଙ୍କ ବିଶ୍ୱାସ ଓ ଭଲପାଇବାକୁ ପାଥେୟକରି ଲୋକସଭାର ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭି.ଚନ୍ଦ୍ରଶେଖର ନାଇଡୁ ସୂଚନା ଦେଇଛନ୍ତି । ଗତ ୧୦ବର୍ଷ ହେଲା ଏହି କ୍ଷେତ୍ରରୁ ଦିଲ୍ଲୀ ଦରବାରରେ ଉଠାଇବାକୁ କେହି ନାହାଁନ୍ତି । ଏହି ଠାରୁ ମୁଁ କୌଣସି ଲାଭ ଚାହୁଁନାହିଁ କି ଠିକାଦାର କରିବା ଆଶାରେ ଆସିନାହିଁ । ମୁଁ କେବଳ ଲୋକଙ୍କ ସେବା କରିବାକୁ ଚାହେଁ । ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବିକାଶ ଠାରୁ ବହୁ ପଛରେ ରହିଛି । ଅଞ୍ଚଳବାସୀଙ୍କ ନ୍ୟାର୍ଯ୍ୟ ଦାବି ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଶିକ୍ଷିତ ନାଗରିକଙ୍କ ହୃଦୟ ଜିଣିପାରିଲେ ସେମାନଙ୍କ ପାଇଁ ଦିଲ୍ଲୀ ଦରବାରରେ ସ୍ୱର ଉଠାଇପାରିବି ବୋଲି ଶ୍ରୀ ନାଇଡୁ ବରିଷ୍ଠ ନାଗରିକ, ଆଇନ୍ଜୀବୀଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି । ବରିଷ୍ଠ ଆଇନ୍ଜୀବୀ ପ୍ରଦୀପ ଦାସ, ଶିବରାମ ପାତ୍ରଙ୍କ ସମେତ ଶ୍ରୀ ନାଇଡୁ ତାଙ୍କ ସମର୍ଥକ ଓ ସହଯୋଗୀଙ୍କ ସହ ବ୍ରହ୍ମପୁର ସହରର ବିଭିନ୍ନ ଜନସଚେତନ ନାଗରିକ, ବୁଦ୍ଧିଜୀବୀ, ଆଇନ୍ଜୀବୀ ଓ ବିଭିନ୍ନ ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।
Related Stories
November 22, 2024