କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପଦ୍ମବିଭୂଷଣ ଗୁରୁ ସ୍ୱର୍ଗତ କେଳୁ ଚରଣ ମହାପାତ୍ରଙ୍କ ୨୦ତମ ଶ୍ରଦ୍ଧାଞ୍ଜଳୀ ସଭା ଅବସରରେ ପୁରୀ ଡ୍ୟାନ୍ସ ଏକାଡେମୀ ଓ ଐତିହ୍ୟ ସଂସ୍କୃତି କୀର୍ତ୍ତି ତରଫରୁ ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟା କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ରୂପେ ପ୍ରଫେସର ଡକ୍ଟର ଅଶୋକ ମହାପାତ୍ର , ଭାଇସ -ଚାନ୍ସେଲରକ ଶିକ୍ଷା ଓ ଅନୁସନ୍ଧାନ ଅନୁଷ୍ଠାନ, ସମ୍ମାନିତ ଅତିଥି ରୂପେ ସମ୍ପାଦକ, ଉସ୍ତି ଫାଉଣ୍ଡେସନ ଶ୍ରୀ ରତନ ବାରିକ ଏବଂ ମହାନାୟକ , ଛତିଶାନିଯୋଗ, ଶ୍ରୀ ଜଗନ୍ନାଥ ମନ୍ଦିର ଶ୍ରୀ ଜନାର୍ଦନ ପାଟଯୋଶୀ ମହାପାତ୍ର ଓ ମୂଖ୍ୟ ବକ୍ତା ବରିଷ୍ଟ ସେବାୟତ ଶ୍ରୀ ମଧୁସୂଦନ ସିଂହାରୀ ମଞ୍ଚାସିନ ଥିଲେ। ଅତିଥି କଳାକାର ରୂପେ ରୋଜୀ ସ୍ୱାଇଁ ଓ ରୋଜାଲିନ ସୁନ୍ଦରାୟ ଏବଂ ସାଥୀ କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପୁରୀ ଡ୍ୟାନ୍ସ ଏକାଡେମୀ ର ଛାତ୍ର ଛାତ୍ରୀ ମାନେ ଅଭିନୟ ବିଷ୍ଣୁ ବନ୍ଦନା, ଶୁକ୍ଲାମ୍ବରମ, ଶାନ୍ତାକାରାମ୍, କୃଷ୍ଣମ ସରଣମ, ଜଗନ୍ନାଥଷ୍ଟକମ୍ ଓ ଶ୍ରୀ ଜଗନ୍ନାଥ ଆଦି ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମୋନୋରଞ୍ଜନ କରାଇଥିଲେ। ଅନୁଷ୍ଠାନ ତରଫରୁ କୋକିଳ ପ୍ରଭା ଦେବଦାସୀ ସମ୍ମାନ ରେ ବିଖ୍ୟାତ ଅନ୍ତରାଷ୍ଟ୍ରୀୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଡକ୍ଟର ସ୍ନେହପ୍ରଭା ସାମନ୍ତରାୟ ଏବଂ ଗୁରୁ ଲିଙ୍ଗରାଜ ବେହେରା ସ୍ମୃତି ସମ୍ମାନ ରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ କୃଷ୍ଣ କୁମାର ଦାସ ଙ୍କୁ ସମ୍ମାନିତ କରାଯାଇଥିଲା। ଏତଦ୍ ବ୍ୟତୀତ ମାଧବ ଶ୍ରୀନନ୍ଦନ ସାହୁ ଙ୍କୁ ବିଜୟଲକ୍ଷ୍ମୀ ସ୍ମୃତି ସମ୍ମାନ, ଶ୍ରୀ ଦୁର୍ଗା ପ୍ରସାଦ ପାଣ୍ଡେ ଙ୍କୁ ତନୁଷ୍ରୀ ପଣ୍ଡା ସ୍ମୃତି ସମ୍ମାନ, ଶ୍ରୀମାନ ଦେବାଶିଷ ଦାସ ଙ୍କୁ ଶ୍ରୀ ଶ୍ୟାମ ସୁନ୍ଦର ପାଣ୍ଡେ ସ୍ମୃତି ସମ୍ମାନ, କୁମାରୀ ଅଙ୍କିତା କାନୁନଗୋ ଙ୍କୁ କ୍ରିଷ୍ଣା ରାମ ଖୁଣ୍ଟିଆ ସ୍ମୃତି ସମ୍ମାନ ଏବଂ କୁମାରୀ କବିତା ପରିଡ଼ା ଙ୍କୁ ନୃତ୍ୟଞଳି-୨୦୨୪ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ରୋଜାଲିନ ମହାନ୍ତି ଓ ସୁସ୍ମିତା ମିଶ୍ର
ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସମ୍ପାଦକ ଗୁରୁ ଶ୍ରୀ ନାରାୟଣ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 22, 2024