
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଗଣତନ୍ତ୍ରର ମହାପର୍ବ ନିର୍ବାଚନ ଆସୁଛି । ଏହାକୁ ସ୍ଵଚ୍ଛ ଓ ନିରପେକ୍ଷ କରିବା ଦିଗରେ ପୁରୀ ଷ୍ଟେସନ ଅଟୋ ଚାଳକ ସଂଘ ,ନୀଳକଣ୍ଠଶ୍ୱର ଅଟୋ ଚାଳକ ସଂଘ ଏବଂ ଆସୋସିଏସନ୍ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍ ର ମିଳିତ ଆନୁକୁଲ୍ୟରେ ପୁରୀ ରେଳ ଷ୍ଟେସନ ସମ୍ମୁଖରେ ନିର୍ବାଚନ କମିଶନଙ୍କ “ସି-ଭିଜିଲ” ଆପ୍ ବ୍ୟବହାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଦସ୍ୟ ବୃନ୍ଦ ଯାତାୟାତ କରୁଥିବା ଯାତ୍ରୀ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ ମାନଙ୍କୁ ସଚେତନ କରାଇବା ସହ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ସମ୍ପର୍କିତ ତଥ୍ୟ କୁ ସି-ଭିଜିଲ ଆପ୍ ମାଧ୍ୟମରେ କିପରି ଅଭିଯୋଗ କରାଯାଇ ପାରିବ ଏବଂ ତାହା କିପରି ୧୦୦ ମିନିଟ ଭିତରେ ସମାଧାନ ହୋଇପାରୁଛି ସେ ସମ୍ପର୍କରେ ଅବଗତ କରାଇଥିଲେ। ସି-ଭିଜିଲ ଆପ୍ ବ୍ୟବହାର ସମ୍ପର୍କିତ ଲିଫ୍ଲେଟ୍ ମଧ୍ୟ ଉକ୍ତ ଅଂଚଳରେ ବଣ୍ଟନ କରାଯାଇଥିଲା। ଉକ୍ତ ସମୟରେ 50ରୁ ଉର୍ଦ୍ଧ୍ବ ଆଣ୍ଡ୍ରଏଡ଼ ମୋବାଇଲରେ ଅଟୋ ଚାଳକ ମାନେ ସି-ଭିଜିଲ ଆପ୍ ଖୋଲିଥିଲେ। ପାଖ ଥାନାରେ ଥିବା ମୋ ସରକାରର ଏକ ଲେଖାକୁ ଏହି ଆପ୍ ମାଧ୍ୟମରେ ଅଭିଯୋଗ କରିବାର 30 ମିନିଟ ଭିତରେ ଏହାକୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଆସି ହଟାଇଥିଲେ। ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ, ସହ ସମ୍ପାଦକ ଡି ମୋହନ ରେଡ୍ଡୀ, ଉପ ସଭାପତି ସୁରେଶ ମଲ୍ଲିକ, ଉପ ସଭାପତି ଆର ପୁରୁଷୋତ୍ତମ ରେଡ୍ଡୀ, କୋଷାଧ୍ୟକ୍ଷ ଟୁନା ବାରିକଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।