
ଭୁବନେଶ୍ୱର, ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେବା ପରେ ବଡଚଣା ବିଜେଡିରେ ବିବାଦ ବଢିଛି । ଅସନ୍ତୁଷ୍ଟ ଗୋଷ୍ଠୀ ଙ୍କୁ ମନେଇବା ଲାଗି ଶଙ୍ଖ ଭଵନରେ ମାନସ ମନ୍ଥନ ଆରମ୍ଭ ହୋଇଛି । ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ଶଙ୍ଖ ଭବନରେ ପହଂଚିବା ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଯାଜପୁର ସାଂସଦ, ଯାଜପୁର ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା ଓ ବଡଚଣାର ସ୍ଥାନୀୟ ନେତା ଉପସ୍ଥିତ ଅଛନ୍ତି ।