
ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ ଶଂଖ ଭବନରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ଚଳିତ ଏପ୍ରିଲ ମାସ ୨୪ ତାରିଖରେ ମା’ମାନଙ୍କର ଦୁବାଇ ଗସ୍ତ ଥିଲା। ଧର୍ମେନ୍ଦ୍ର ଇସିଆଇଙ୍କୁ ଚିଠି ଲେଖି ଏହି ଏକ୍ସପୋଜର ଭିଜିଟ ଉପରେ ରୋକ୍ ଲଗାଇଛନ୍ତି। ମାର୍ଚ୍ଚ ୨୭ରେ ପିଟିସନ ଦାଖଲ କରି ଧର୍ମେନ୍ଦ୍ର ପ୍ରଧାନ ରୋକ ଲଗାଇଛନ୍ତି । ମହିଳାଙ୍କ ପ୍ରଗତିରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛନ୍ତି। ମହିଳା ବିକାଶ, ମହିଳା ସଶକ୍ତିକରଣ ବିରୋଧୀ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ସେ କହିଛନ୍ତି ଯେ, ୬ ଲକ୍ଷ ଏସଏଚଜି ଗଠନ ଦ୍ଵାରା ୭୦ ଲକ୍ଷ ମହିଳା ସଶକ୍ତକରଣ ସଶକ୍ତ ହୋଇଛନ୍ତି । ମାଆମାନଙ୍କୁ ସଶକ୍ତ କରି ଉଦ୍ୟୋଗୀ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ମହିଳା ଜ୍ଞାନ ଆହରଣ କରିଛନ୍ତି। କିନ୍ତୁ ମହିଳାଙ୍କୁ ପୁଣି ଚାରିକାନ୍ଥରେ ଆବଦ୍ଧ ରଖି ଅନ୍ଧାରକୁ ଠେଲି ଦେବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର। ସେଥିପାଇଁ ଇସିଆଇକୁ ଚିଠି ଲେଖି ଏସଏଚଜି ମାଆମାନଙ୍କ ଦୁବାଇ ଗସ୍ତ ଉପ ଚଳିତ ନିର୍ବାଚନରେ ଓଡ଼ିଶାର ମା’ମାନେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।