
ବଲାଙ୍ଗିର, ଆଜି ଚୈତ୍ର ପୂର୍ଣ୍ଣିମା ଶେଷ ମଙ୍ଗଳବାର ମହାବୀର ଜୟନ୍ତୀ ଉପଲକ୍ଷେ ବଲାଙ୍ଗିର ରେଲୱେ ଷ୍ଟେସନରେ ଥିବା ହନୁମାନ ମହାବୀର ମନ୍ଦିର ଠାରେ ପୁଜାର୍ଚ୍ଚନା ହୋଇଥିଲା। ଆଜି ଦିନ୧୨ଟା ପର୍ଯ୍ୟନ୍ତ ଷ୍ଟେସନ ବାହାରେ ମନ୍ଦିର ଆଗରେ ପଣା ବଣ୍ଟନ ହୋଇଥିବା ବେଳେ ଦିନ ଗୋଟିଏ ବେଳକୁ ଖେଚୁଡ଼ି ଅନ୍ନ ଓ ଖଟା ଦିଆଯାଇଥିଲା।
ହନୁମାନ ମନ୍ଦିର ପୂଜକ ବାବା ବ୍ରଜମୋହନ ଦାସ ତ୍ୟାଗୀ ଅଞ୍ଚଳର ଯୁବକ ଭକ୍ତ ଓ ସେବକ ମାନଙ୍କ ସହାୟତାରେ ସବୁ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପୂର୍ବରୁ ମହାବିଷୁବ ସଂକ୍ରାନ୍ତି ଦିନ ହନୁମାନ ଜନ୍ମରେ ରେଳ ଯାତ୍ରୀ ସମେତ ଅଞ୍ଚଳ ଲୋକେ ପ୍ରସାଦ ଗ୍ରହଣ କରିଥଲେ। ରେଳ ଷ୍ଟେସନ ରାସ୍ତାରେ ବାଲାଜୀ ଦୋକାନ ଆଗରେ ଆଜି ବାଲାଜୀ ପୂଜନ ହୋଇ ଅନ୍ନ ଭୋଗ ଓ ପ୍ରସାଦ ବିତରଣ ହୋଇଥିଲା।