ଭୁବନେଶ୍ୱର, ସାରା ରାଜ୍ୟରେ ଅସହ୍ୟ ତାତି । ଆଗାମୀ ୪ ଦିନ ଯାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ । ଅପରପକ୍ଷରେ ଗତକାଲି ଭଳି ଆଜି ମଧ୍ୟ ରାଜ୍ୟ ରାଜଧାନୀ ସବୁଠୁ ଉତପ୍ତ ସହର ପାଲଟିଛି । ମଙ୍ଗଳବାର ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୪୦.୪, ବାଲେଶ୍ୱର ୪୦.୩ , ଝାରସୁଗୁଡା ୩୯.୫ , ପାରାଦ୍ୱୀପ ୩୮.୮, ରାଉରକେଲା ୩୭.୯, କେନ୍ଦୁଝର ୩୭.୮, ସମ୍ବଲପୁର ୩୭.୩, ହୀରାକୁଦ ୩୬.୮ , ଗୋପାଳପୁର ୩୬.୫ ଏବଂ ପୁରୀରେ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
Related Stories
November 24, 2024
November 24, 2024