-
ସଂରକ୍ଷଣର ଯେଉଁ ଅଧିକାର ବାବା ସାହେବ ଦଳିତ, ପଛୁଆ ଓ ଆଦିବାସୀ ମାନଙ୍କୁ ଦେଇଛନ୍ତି କଂଗ୍ରେସ ଓ ଇଣ୍ଡି ଏଲାଏନ୍ସ ତାକୁ ରିଲିଜିୟନ ଆଧାରରେ ମୁସଲମାନ ମାନଙ୍କୁ ଦେବାକୁ ଚାହୁଁଥିଲେ -ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ସୱାଇ ମାଧୋପୁର , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଙ୍ଗଳବାର ଦିନ ରାଜସ୍ଥାନ ଟୋଙ୍କ- ସବାଇ ମାଧୋପୁରକ ଉନିଆରାରେ ଆୟୋଜିତ ଏକ ବିଶାଳ ରାଲୀକୁ ସମ୍ବୋଧିତ କରିଛନ୍ତି । ଦେଶକୁ ଲୁଂଠନ କରୁଥିବା ଗୋଟିଏ ହେଲେ ହାତ ଯେପରି ରାଜସ୍ଥାନରୁ ଦିଲ୍ଲୀ ନ ଯିବ ସେଇଥି ପାଇଁ ସେ ପ୍ରଦେଶର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହି ଜନସଭାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ରାଜସ୍ଥାନର କ୍ୟାବିନେଟ ମନ୍ତ୍ରୀ କିରୋଡି ଲାଲ ମୀଣା, ଟୋଙ୍କ- ସବାଇ ମାଧୋପୁର ଲୋକସଭା ସିଟର ପ୍ରାର୍ଥୀ ସୁଖବୀର ସିଂହ ଜୌନପୁରିଆଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମାନେ ମଂଚ ଉପରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ସର୍ବ ପ୍ରଥମେ ସମ୍ପୂର୍ଣ ଦେଶକୁ ହନୁମାନ ଜନ୍ମୋତ୍ସବର ଅପାର ଶୁଭକାମନା ଦେଇଥିଲେ । ସେ କଂଗ୍ରେସକୁ ଦଳିତ ଓ ପଛୁଆ ବର୍ଗ ବିରୋଧୀ ବୋଲି କହି ତୀବ୍ର ଆକ୍ରମଣ କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ସମ୍ପୂର୍ଣ ଦେଶରେ ରାମ ଭକ୍ତ ହନୁମାନଜୀଙ୍କ ଜନ୍ମୋତ୍ସବର ପର୍ବ ବଡ ହର୍ଷୋଲ୍ଲାସର ସହ ପାଳନ କରାଯାଉଛି । ବୀର ମାନଙ୍କ ବୀର ମହାବୀର ବଜରଙ୍ଗବଲୀଙ୍କ ଜନ୍ମୋତ୍ସବର ଦିନ ମୋତେ ଶୂରବୀରଙ୍କ ମାଟି ସବାଇ ମାଧୋପୁର ଆସିବାର ସୌଭାଗ୍ୟ ମିଳିଛି । ସଭା ଆରମ୍ଭ ହେବା ପରେ ମଧ୍ୟ ବିପୁଳ ସଂଖ୍ୟାରେ ଲୋକ ମାନେ ଏବଂ ମଧ୍ୟ କାର୍ଯ୍ୟକ୍ରମକୁ ଆସୁଛନ୍ତି । ଦେଶର ଜନସାଧାରଣ ଙ୍ତ ମଧ୍ୟରେ ଭାରତ ପାଇଁ ଏକ ଶକ୍ତିଶାଳୀ ସରକାର ପାଇଁ ବିଶ୍ୱାସ ଦେଖିବାକୁ ମିଳୁଛି। ରାଜସ୍ଥାନ ସୀମାରେ ଠିଆ ହୋଇଥିବା ଶକ୍ତିଶାଳୀ ପ୍ରହରୀ ଭଳି ଦେଶର ରକ୍ଷା କରୁଛି । ରାଜସ୍ଥାନର ଲୋକମାନେ ଭଲ ଭାବେ ଜାଣନ୍ତି ଯେ ସୁରକ୍ଷିତ ରାଷ୍ଟ୍ର ଓ ସ୍ଥାୟୀ ସରକାର କେତେ ଆବଶ୍ୟକ । 2014 ଓ 2029ରେ ରାଜସ୍ଥାନ ଏକଜୁଟ ହୋଇ ଦେଶକୁ ଏକ ଶକ୍ତିଶାଳୀ ସରକାର ତିଆରି କରିବା ପାଇଁ ରାଜ୍ୟର ସମସ୍ତ 25ରୁ 25 ଆସନରେ ନିଜର ଆଶୀର୍ବାଦ ବିଜେପିକୁ ଦେଇଥିଲା । ଏହି ଏକତା ହିଁ ରାଜସ୍ଥାନର ସବୁଠାରୁ ବଡ ପୁଂଜି ଅଟେ । ଯେବେ ଯେ ଭାରତର ଲୋକ ମାନେ ପରସ୍ପର ମଧ୍ୟରେ ବିଭାଜିତ ହୁଅନ୍ତି ସେବେ ସେବେ ଶତ୍ରୁ ମାନେ ଏହାର ଲାଭ ଉଠାଇବାର ପ୍ରୟାସ କରିଥାନ୍ତି । ଏବେ ମଧ୍ୟ ରାଜସ୍ଥାନର ଲୋକ ମାନଙ୍କୁ ବିଭାଜିତ କରିବାର ପ୍ରୟାସ କରାଯାଉଛି । ରାଜସ୍ଥାନର ଲୋକ ମାନଙ୍କୁ ଏ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି ।
ଶ୍ରୀ ମୋଦୀ କହିଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ ଦେଶ ଦେଖିଛି ଯେ କିଭଳି ସ୍ଥିର ଓ ଦୁର୍ନୀତିମୁକ୍ତ ସରକାର ଦେଶର ବିକାଶ ପାଇଁ କଣ କଣ କରି ପାରିବ । ଭାରତ ଆଜି ସବୁଠାରୁ ଦୃତ ଗତିରେ ବଢୁଥିବା ଅର୍ଥନୀତି ଅଟେ । ଗତ ଦଶ ବର୍ଷ ମଧ୍ୟରେ ଦେଶର 25 କୋଟି ଲୋକ ଦାରିଦ୍ର୍ୟର ସୀମା ରେଖାରୁ ବାହାରକୁ ଆସିଛନ୍ତି । ମତଦାତା ମାନେ ସଠିକ ଭାବେ ଭୋଟ ଦେଇଥିବା କାରଣରୁ ଦେଶରେ ଏତେ ବଡ କାର୍ଯ୍ୟ ସମ୍ପାଦିତ ହୋଇ ପାରିଛି ।
ବିଜେପି ସରକାରରେ ଗରୀବ ମାନଙ୍କୁ ମାଗଣା ରାସନ, ପକ୍କା ଘର ମିଳିଲା। ସେମାନଙ୍କର ଚୁଲି ଜଳିବାରେ ଲାଗିଥିଲା। 2014 ମସିହାରେ ଦେଶର ଜନସାଧାରଣ ମୋଦୀକୁ ଦିଲ୍ଲୀରେ ସେବା କରିବାକୁ ସୁଯୋଗ ପ୍ରଦାନ କଲେ ଓ ଏହି କାରଣରୁ ଦେଶରେ ଅକଳ୍ପନୀୟ ନିଷ୍ପତି ମାନ ନିଆଯାଇଥିଲା । ଯଦି କଂଗ୍ରେସ 2014 ମସିହା ପରେ ମଧ୍ୟ ଏବେଯାଏ କ୍ଷମତାରେ ଥାଆନ୍ତା ତେବେ ଆଜି ମଧ୍ୟ ଜାମ୍ମୁ କାଶ୍ମୀରରେ ସେନା ଉପରେ ପଥର ଫିଙ୍ଗା ହେଉଥାନ୍ତା । ସୀମା ଆରପାରିରୁ ଶତ୍ରୁ ଆସି ଆମର ଜବାନ ମାନଙ୍କର ମୁଣ୍ଡ କାଟି ନେଇ ଯାଉଥାନ୍ତେ ଓ କଂଗ୍ରେସ ସରକାର କିଛି କରୁ ନ ଥାନ୍ତା ।
ଯଦି କଂଗ୍ରେସ କ୍ଷମତାରେ ଥାଆନ୍ତା ତେବେ ୱାନ ରାଂକ ୱାନ ପେନସନ ଲାଗୁ ହୋଇ ପାରି ନ ଥାନ୍ତା । ପୂର୍ବତନ ସୈନିକ ମାନଙ୍କୁ ଏକ ଲକ୍ଷ କୋଟି ଟଙ୍କା ମିଳି ପାରି ନ ଥାନ୍ତା ଓ ଦେଶରେ ସିରିଏଲ ବ୍ଲାଷ୍ଟ ହେଉଥାନ୍ତା । କଂଗ୍ରେସ ରାଜସ୍ଥାନରେ ବୋମା ବିସ୍ଫୋରଣ କରିଥିବା ଲୋକ ମାନଙ୍କୁ ବଂଚାଇବାର ପାପ କରିଛି । ଯଦି କଂଗ୍ରେସ ସରକାର ଥାଆନ୍ତା ତେବେ କରୋନା କାଳରେ କାହାକୁ ନିଶୁଳ୍କ ରାସନ ମିଳି ପାରି ନ ଥାନ୍ତା ଓ ନିଶୁଳ୍କ ଟିକା ମଧ୍ୟ ମିଳି ପାରି ନ ଥାନ୍ତା । ସାରା ଦେଶରେ ଦରଦାମ ବୃଦ୍ଧିରେ ହାହାକାର ହେଉଥାନ୍ତା ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଯଦି କ୍ଷମତାରେ ଆସେ ତେବେ ଦେଶର ସମସ୍ୟାରେ ମଧ୍ୟ ନିଜର ଲାଭ ଖୋଜିଥାଏ । କଂଗ୍ରେସ କ୍ଷମତାରେ ଥିବା ବେଳେ ଯେଉଁ କ୍ଷତ ତିଆରି କରିଛି ରାଜସ୍ଥାନର ଜନସାଧାରଣ ତାକୁ ଭୁଲି ପାରିବେ ନାହିଁ । କଂଗ୍ରେସ ମହିଳାଙ୍କ ଉପରେ ଅତ୍ୟାଚାରରେ ରାଜସ୍ଥାନକୁ ପ୍ରଥମ ସ୍ଥାନରେ ଆଣିଥିଲା ଏବଂ କଂଗ୍ରେସୀ ନେତା ବିଧାନସଭାରେ ଲଜ୍ଜାହୀନ ମନ୍ତବ୍ୟ ଦେଉଥିଲେ । ଏହି ଆପତ୍ତିଜନକ ଓ ଲଜ୍ଜାହୀନ ମନ୍ତବ୍ୟ କଂଗ୍ରେସୀ ନେତାଙ୍କୁ ଶୋଭା ଦିଏ ନାହିଁ । ଟୋଙ୍କରେ ଏହି ଅସାମାଜିକ ତତ୍ତ୍ୱ ମାନଙ୍କ କାରଣରୁ ଏଠାକାର ଉଦ୍ୟୋଗ ବନ୍ଦ ହୋଇଗଲା କିନ୍ତୁ ଏବେ ଜନତା ଶ୍ରୀ ଭଜନ ଲାଲଙ୍କ ସରକାର ତିଆରି କରିଛନ୍ତି ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ ମାଫିଆ ଓ ଅପରାଧୀ ରାଜସ୍ଥାନ ଛାଡି ପଳାଇବାକୁ ବାଧ୍ୟ ହେଉଛନ୍ତି । ପେପର ଲିକ୍ ମାଫିଆ ମାନେ ମଧ୍ୟ ଥଣ୍ଡା ପଡିଯାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଅପରାଧୀ ଓ ଭ୍ରଷ୍ଟାଚାରୀମାନଙ୍କୁ ରାଜ୍ୟର ଭାଜପା ସରକାର ଆଇନ୍ ର କଡା ଚେତାବନୀ ଦେଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ କିଛି ଦିନ ତଳେ କଂଗ୍ରେସ ଶାସିତ କର୍ଣ୍ଣାଟକ ରେ ଜଣେ ଦୋକାନୀଙ୍କୁ ଭକ୍ତିର ସହିତ ହନୁମାନ ଚାଳିଶା ଶୁଣୁଥିବାରୁ ଲହୁଲୁହାଣ କରିଦିଆଗଲା । କଂଗ୍ରେସ ରାଜରେ ହନୁମାନ ଚାଳିଶା ଶୁଣିବା ଓ ନିଜର ବିଶ୍ୱାସର ପାଳନ କରିବା ମଧ୍ୟ ଅପରାଧ ହେଇଯାଉଛି । ରାଜସ୍ଥାନ ନିଜେ ଏହାର ଭୁକ୍ତଭୋଗୀ ରହି ସାରିଛି । ଯେତେବେଳେ କଂଗ୍ରେସ ନେତା ଖୋଲା ଖୋଲି ପ୍ରଭୂ ରାମ ଙ୍କ ପ୍ରାଣ ପ୍ରତିଷ୍ଠା ର ନିମନ୍ତ୍ରଣ ଅଗ୍ରାହ୍ୟ କରି ପାରନ୍ତି , ସେତେବେଳେ ସେମାନଙ୍କ ସମର୍ଥକ ହନୁମାନ ଚାଳିଶା ଶୁଣୁଥିବା ବ୍ୟକ୍ତିଙ୍କ ସହ ହଂସା ହିଁ କରିବେ । ଭାଜପା ଶାସନରେ ରାମନବମୀରେ ସମ୍ପୂର୍ଣ୍ଣ ରାଜସ୍ଥାନରେ ଶାନ୍ତିର ସହ ଶୋଭାଯାତ୍ରା ବାହାରିଛି , ନହେଲେ କଂଗ୍ରେସ ଶାସନରେ ରାମ ନବମୀ ଶୋଭାଯାତ୍ରା ଉପରେ ପ୍ରତିବନ୍ଧ ଲଗାଯାଇଥିଲା । କଂଗ୍ରେସ ଶୋଭାଯାତ୍ରା ଉପରେ ପଥରମାଡ କରିଥିବା ଲୋକଙ୍କୁ ସରକାରୀ ସୁରକ୍ଷା ଦେଇଥିଲା ଏବଂ ଏହି କଂଗ୍ରେସ ତୁଷ୍ଟିକରଣ ପାଇଁ ମାଲପୁରା, କରୌଲୀ, ଛପରା, ଟୋଙ୍କ ଓ ଯୋଧପୁରକୁ ଦଙ୍ଗା ର ନିଆଁରେ ଫିଙ୍ଗି ଦେଇଥିଲା । ରାଜ୍ୟର ଜନତା ଏମାନଙ୍କୁ କେବେ କ୍ଷମା କରିବ ନାହିଁ । ଭାଜପା ସରକାର ଆସିବା ପରେ କାହା ମଧ୍ୟରେ ହିନ୍ଦୁଙ୍କ ଆସ୍ଥା ଉପରେ ପ୍ରଶ୍ନ ଉଠାଇବାର ସାହାସ ନାହିଁ ।
ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ରାଜସ୍ଥାନରେ ମୋର ପୂର୍ବ ଭାଷଣରେ ପୁରା କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଯାଇଛି । କଂଗ୍ରେସ ଜନତାଙ୍କ ସମ୍ପତ୍ତି ହଡପ୍ କରି ଖାସ୍ ଲୋକମାନଙ୍କୁ ବାଣ୍ଟିବାର ଷଡଯନ୍ତ୍ର ରଚନା କରିଛି । ଯେତେବେଳେ ମୁଁ କଂଗ୍ରେସର ତୁଷ୍ଟିକରଣର ପର୍ଦ୍ଦାଫାସ୍ କଲି ସେତେବେଳେ କଂଗ୍ରେସ ମତେ ଗାଳି ଦେବାରେ ଲାଗି ରହିଲେ । କଂଗ୍ରେସ ସତ୍ୟ ଠରୁ ଏତେ କାହିଁକି ଡରୁଛି ? କଂଗ୍ରେସ ନିଜର ନୀତିକୁ ଲୁଚାଇବାରେ ଲାଗି ରହିଛି କାହିଁକି ? କଂଗ୍ରେସ ନିଜର ଲୁକ୍କାୟିତ ଏଜେଣ୍ଡା ବାହାରକୁ ଆସିବା ପରେ ଡରରେ ଥରୁଛି । କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତିର କାଦୁଅରେ ଏତେ ମାତ୍ରାରେ ପଶି ରହିଛି ଯେ ତାକୁ ବାବା ସାହେବଙ୍କ ସମ୍ବିଧାନର ମଧ୍ୟ ଚିନ୍ତା ନାହିଁ । କଂଗ୍ରେସ ନିଜର ଘୋଷଣାପତ୍ରରେ ଜନତାଙ୍କ ସମ୍ପତ୍ତିର ସର୍ଭେ କରିବା କଥା କହିଛି , ତାଙ୍କର ଜଣେ ନେତା ଦେଶର ଏକ୍ସ ରେ କରିବା କଥା କହୁଛନ୍ତି । କଂଗ୍ରେସ ଜନତାଙ୍କ ଆବଶ୍ୟକତାରୁ ଅଧିକ ସମ୍ପତ୍ତି ଓ ଧନକୁ ଜବତ କରିବାର କଥା କହୁଛି । ଜନତା ରାଜସ୍ଥାନରେ କଂଗ୍ରେସକୁ ଘଉଡାଇବାକୁ ମନ କରି ସାରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ସମ୍ବିଧାନ ସହିତ ଖେଳିବାର ଚେଷ୍ଟା କରିଛି । ସମ୍ବିଧାନ ନିର୍ମାଣ ର ସମୟ ଧର୍ମ ଆଧାରିତ ସଂରକ୍ଷଣର ଘୋର ବିରୋଧୀ ଥିଲା, କିନ୍ତୁ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଠିକ୍ ଏହାର ଓଲଟା କାମ କରିଥିଲେ । ତାଙ୍କର ମନ୍ତବ୍ୟ କାହାଠାରୁ ଲୁଚି କରି ରହିନାହିଁ , ଯେଉଁଥିରେ ସେ କହିଥିଲେ ଯେ ଦେଶର ସଂସାଧନ ଉପରେ ପ୍ରଥମ ଅଧିକାର କାହାର ? ଏହା କୌଣସି ସଂଯୋଗ ନଥିଲା କଂଗ୍ରେସର ବିଚାର ସବୁବେଳେ ତୁଷ୍ଟିକରଣର ହିଁ ରହିଛି । ୨୦୦୪ରେ କଂଗ୍ରେସ କେନ୍ଦ୍ରରେ ଆସିବା ପରେ ସର୍ବ ପ୍ରଥମେ ଆନ୍ଧ୍ର ପ୍ରଦେଶରେ ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି ଙ୍କ ସଂରକ୍ଷଣ କୋଟାକୁ କମ୍ କରି ଧର୍ମ ଆଧାରରେ ସଂରକ୍ଷଣ ଦେବାର ଚେଷ୍ଟା କରିଥିଲେ । ଏହା ଏକ ପାଇଲଟ୍ ପ୍ରୋଜେକ୍ଟ ଥିଲା , ଯାହାକୁ କଂଗ୍ରେସ ପୁରା ଦେଶରେ ଲାଗୁ କରିବାକୁ ଚାହୁଁଥିଲା । ୨୦୦୪ରୁ ୨୦୧୦ ମଧ୍ୟରେ କଂଗ୍ରେସ ୪ ଥର ଏହାର ପ୍ରୟାସ କରିଛି କିନ୍ତୁ ଆଇନ୍ଗତ ବାଧା ଏବଂ ଉଚ୍ଚତମ ନ୍ୟାୟାଳୟଙ୍କ ସଚେତନତା ପାଇଁ କଂଗ୍ରେସ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରିନାହିଁ । ୨୦୧୧ରେ ମଧ୍ୟ କଂଗ୍ରେସ ଏହି ପ୍ରକାର ପ୍ରୟାସ କରିଥିଲା । କର୍ଣ୍ଣାଟକରେ କଂଗ୍ରେସ ଏହିଭଳି ଭାବେ ଚେଷ୍ଟା କଲା ଏବଂ ସମ୍ବିଧାନକୁ ବଦଳାଇବାକୁ ପ୍ରୟାସ କଲା କିନ୍ତୁ ମୋଦୀ ସମ୍ବିଧାନ କୁ ବୁଝିଛି , ମୋଦୀ ସମ୍ବିଧାନ ପାଇଁ ସମର୍ପିତ ଏବଂ ମୋଦୀ ବାବା ସାହେବ ଆମ୍ବେଦକରଙ୍କ ପୂଜା କରୁଥିବା ବ୍ୟକ୍ତି ଅଟେ । ସତ୍ୟ ଏହା ଯେ କଂଗ୍ରେସ ଓ ଇଣ୍ଡି ମେଣ୍ଟ ଯେତେବେଳେ ଶାସନରେ ଥିଲେ , ଏହି ଲୋକମାନେ ଭୋଟ୍ ବ୍ୟାଙ୍କ୍ ର ରାଜନୀତି ପାଇଁ ଦଳିତ ଏବଂ ପଛୁଆଙ୍କ ସଂରକ୍ଷଣରେ ଘପଲାକରି ନିଜର ଖାସ ସମୁଦାୟ ମାନଙ୍କୁ ସ୍ୱତନ୍ତ୍ର ଭାବେ ସଂରକ୍ଷଣ ଦେବାକୁ ଚାହୁଁଥିଲା । ତେବେ ଏହା ସମ୍ପୂର୍ଣ୍ଣ ସମ୍ବିଧାନ ବିରୋଧୀ । କଂଗ୍ରେସର ଏହି ଷଡଯନ୍ତ୍ର ମଧ୍ୟରେ ମୋଦୀ ର ଗ୍ୟାରେଣ୍ଟି ଯେ ଦଳିତ ଓ ପଛୁଆଙ୍କ ସଂରକ୍ଷଣ ନା ଶେଷ ହେବ ଏବଂ ନା ଧର୍ମ ନାମରେ ବାଣ୍ଟିବାକୁ ଦିଆଯିବ ।
ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ୨୦୨୦ରେ ସଂରକ୍ଷଣର ସାମ୍ବିଧାନିକ ସମୟ ସୀମା ଶେଷ ହେଉଥିଲା ିକିନ୍ତୁ ମୋଦୀ ଦଳିତ ଓ ଆଦିବାସୀଙ୍କ ସଂରକ୍ଷଣ କୁ ୧୦ ବର୍ଷ ବଢାଇ ଦେଇଛନ୍ତି । କଂଗ୍ରେସ କେବେ ବି ବିକାଶ ର ପ୍ରସଙ୍ଗ ଉପରେ ନିର୍ବାଚନ ଲଢେ ନାହିଁ । କଂଗ୍ରେସ ଦଶକ ଦଶକ ପର୍ଯ୍ୟନ୍ତ ଲୋକଙ୍କୁ ପିଇବା ପାଣି ଠାରୁ ବଞ୍ଚିତ ରଖିଲା , କିନ୍ତୁ ଭାଜପା ସରକାର ପ୍ରତି ଘରେ ଜଳ ପହଞ୍ଚାଇବା ପାଇଁ ଜଳ ଜୀବନ ମିଶନର ଆରମ୍ଭ କରିଛି । ଯେତେବେଳେ କି ରାଜସ୍ଥାନର କଂଗ୍ରେସ ସରକାର ଏହି ଯୋଜନାରେ ମଧ୍ୟ ହଜାର ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର କରିଛି । କଂଗ୍ରେସ ରାଜସ୍ଥାନ ପାଇଁ ଅତି ଆବଶ୍ୟକ ଇଆରସିପି ପ୍ରୋଜେକ୍ଟକୁ ମଧ୍ୟ ପାସ୍ ହେବାକୁ ଦେଲା ନାହିଁ , କିନ୍ତୁ ରାଜସ୍ଥାନରେ ଭାଜପା ସରକାର ଗଠନ ହେବାର ୩ ମାସ ମଧ୍ୟରେ ହିଁ ଇଆରସିପି ପ୍ରୋଜେକ୍ଟକୁ ମଂଜୁରୀଦେଇ ଦିଆଗଲା, ଯାହାର ବଡ ଲାଭ ଟୋଙ୍କ -ସବାଇ ମାଧୋପୁରର ଚାଷୀଙ୍କୁ ମିଳିବ । ଟୋଙ୍କ ସବାଇ ମାଧୋପୁରର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ର ୧୧୦୦ କୋଟି ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ୍ ଖାତାରେ ପଠାଯାଇଛି ଏବଂ ରାଜସ୍ଥାନରେଗହମ ର ଏମଏସପି କୁ ମଧ୍ୟ ବୃଦ୍ଧି କରାଯାଇଛି । କଂଗ୍ରେସ କୁ ଦେଶର ଆଧୁନିକ ଇନଫ୍ରାଷ୍ଟ୍ରକଚର ର ନିର୍ମାଣରେ ମଧ୍ୟ ସମସ୍ୟା ରହିଛି । ଦେଶର ସବୁଠୁ ବଡ ଦିଲ୍ଲୀ – ମୁମ୍ବାଇ ଏକ୍ସପ୍ରେସ୍ ୱେ ସବାଇ ମାଧୋପୁର ଦେଇ ଯାଉଛି , କେନ୍ଦ୍ର ସରକାର ଜୟପୁର- ସବାଇ ମାଧୋପୁର ରେଳୱେ ଲାଇନ୍ ର ଦୋହରିକରଣକୁ ମଂଜୁରି ମଧ୍ୟ ଦେଇଛନ୍ତି । ମୋଦୀ ସରକାର ଦୌସା- ଗଙ୍ଗାପୁର ସିଟି ସହିତ ଜଡିତ ରେଳ ଲାଇନ୍ ର ଦୀର୍ଘ ଦିନର ବିଳମ୍ବିତ କାମକୁ ଶେଷ କରିଛନ୍ତି ଏବଂ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇଁ ଏକ ମେଡିକାଲ କଲେଜର ମଧ୍ୟ ନିର୍ମାଣ କରାଯାଉଛି ।
ଶ୍ରୀ ମୋଦୀ କହିିଛନ୍ତି ଯେ ଗଥ ଦିନରେ ମୁଁ ରାଜସ୍ଥାନର ବିଭିନ୍ନ ଅଞ୍ଚଳକୁ ଯିବାର ସୌଭାଗ୍ୟ ଅର୍ଜନ କରିଛି । ରାଜସ୍ଥାନର ଲୋକମାନେ ସ୍ୱତଃସ୍ପୃତ ଭାବେ ମତେ ନିଜର ଆଶୀର୍ବାଦ ଦେଇଛନ୍ତି । ଏହି ଆଶୀର୍ବାଦ ହିଁ ମୋର ପୁଞ୍ଜି , ଦେଶର ଜନତାଙ୍କ ସ୍ୱପ୍ନ ହିଁ ମୋର ନିଜର । ଗତ ୧୦ ବର୍ଷରେ ଯେଉଁ କାର୍ଯ୍ୟ କରାଯାଇଛି , ତାହା ମାତ୍ର ଟ୍ରେଲର । ଆମକୁ ଦେଶକୁ ବହୁତ ଆଗକୁ ନେଇ ଯିବାର ଅଛି । ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ମୋର ପ୍ରତ୍ୟେକ କ୍ଷଣ ଦେଶ ପାଇଁ ସମର୍ପିତ , ଏଥିପାଇଁ ମୁଁ ୨୪/୭ ଫର ୨୦୪୭ ପାଇଁ କାର୍ଯ୍ୟ କରୁଛି । ରାଜସ୍ଥାନର ସମସ୍ତ ମତଦାତା ୨୬ ଅପ୍ରେଲରେ ଭାଜପାର ସମସ୍ତ ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରାନ୍ତୁ ।