
ଭୁବନେଶ୍ୱର, ବିଜେଡି ନେତ୍ରୀ ତଥା ସରପଞ୍ଚ ସୁକାନ୍ତି ଜୟପୁରିଆଙ୍କ ସମେତ ଅନେକ ସମର୍ଥକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଝାରସୁଗୁଡାର ଲାଇକେରାରେ ଆୟୋଜିତ ମିଶ୍ରଣ ପର୍ବରେ ସେମାନେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁକାନ୍ତି ଓ ତାଙ୍କ ସମର୍ଥକ ମାନଙ୍କୁ ବିଜେପିରେ ସ୍ୱାଗତ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଙ୍କର ଯୋଗଦାନ ଆମ ଦଳୀୟ ସଂଗଠନକୁ ଲାଇକେରା, କିର୍ମିରା ଓ କୋଲାବିରା ସମେତ ଝାରସୁଗୁଡା ନିର୍ବାଚନମଣ୍ଡଳୀରେ ଅଧିକ ମଜଭୂତ୍ କରିବ । ଲାଇକେରାବାସୀ ଆମ ପରିବାରକୁ ସର୍ବଦା ଆଶୀର୍ବାଦ ଦେଇ ଆସିଥିବାରୁ ମୁଁ ଋଣୀ ।