
ନୂଆଦିଲ୍ଲୀ,ଭାରତୀୟ ଜନତା ପାର୍ଟି ଲଦାଖ ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । ପାର୍ଟି ଚଳିତ ଥର ବର୍ତମାନ ସାଂସଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ତାଶୀ ଗ୍ୟାଲସନକୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ।
ତାଶି ପେଶାରେ ଜଣେ ଓକିଲ ଓ ସେ ଦୀର୍ଘ ସମୟ ଧରି ବିଜେପିରେ କାମ କରୁଛନ୍ତି । 2020 ରେ ସେ ଲଦାଖ ସ୍ୱାୟତ୍ତ ପାର୍ବତ୍ୟ ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟକାରୀ ପାର୍ଷଦ ଭାବେ ନିର୍ବାଚିତ ହୋଇଥିଲେ ।