ସୋନପୁର, ଆଜି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ନିର୍ବାଚନ ମଣ୍ଡଳୀ ଜିଲ୍ଲା ପରିଷଦ ୨ ନମ୍ବର୍ ଜୋନ ର ଉଲୁଣ୍ଡା ବ୍ଲକ୍ ତିକୁଡ଼ା ଗ୍ରାମ ଝରିଆ ଠାରେ ବିଜୁ ଜନତା ଦଳର ନେତା ଓ କର୍ମୀ ମାନଙ୍କୁ ନେଇ ଏକ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଓ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସ୍ କେତନ ବଘାର, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ଦେହୁରୀ ଯୋଗଦେଇ ଦଳୀୟ ଶୃଙ୍ଖଳା ଓ ଏକତାକୁ ବଜାୟ ରଖିବା ପାଇଁ ଏବଂ ବିଜୁ ଜନତା ଦଳକୁ ବିପୁଳ ବିଜୟ କରାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ସାରା ଭାରତରେ ରେକର୍ଡ ସୃଷ୍ଟି କରିବା ପାଇଁ କର୍ମୀ ଓ ସଧାରଣ ଲୋକଙ୍କୁ ନିବେଦନ କରିଥିଲେ। ଆଉ ଗାଁ ଗାଁ ଘରେ ଘରେ ହିତାଧୀକାରୀ ମାନେ ବିଭିନ୍ନ ଯୋଜନାରେ ପାଉଥିବା ଅନେକ ଗୁଡ଼ିଏ ସୁବିଧା ସୁଯୋଗ ଓ ନବୀନ ସରକାରଙ୍କ ନୂଆ ଯୋଜନା ଲୋକ ଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ କରିଥିଲେ।
ଆଜି ସାଂସଦ ଓ ବିଧାୟକ ପ୍ରାର୍ଥୀ ଉଭୟେ ଉଲୁଣ୍ଡା ବ୍ଲକର ମହଦା, କଳାପଥର, ଜଲୋଏ, ମୁଣ୍ଡୋ ଘାଟ, ରକ୍ସା, ବିଶିପଡ଼ା ଓ ନିମ୍ନା ଗ୍ରାମ ପଞ୍ଚାୟତର କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। ସମସ୍ତ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିବା ବେଳେ ବିଭିନ୍ନ ଗାଁ କୁ ବୁଲି ଲୋକଙ୍କ ସମସ୍ୟା ବୁଝି ଏହାର ତୁରନ୍ତ ସମାଧାନ ପାଇଁ ଶ୍ରୀ ଭୋଇ ଓ ବେହେରା ପଦକ୍ଷେପ ନେଇଥିଲେ ଓ ବିଜୁ ଜନତା ଦଳକୁ ବିପୁଳ ବିଜୟ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହି ୨ ନମ୍ବର୍ ଜୋନ ର ପ୍ରତ୍ୟେକ ପଞ୍ଚାୟତରେ ଉଭୟ ନେତା ଶ୍ରୀ ଭୋଇ ଓ ଶ୍ରୀ ବେହେରାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଏ ଅଞ୍ଚଳର ବିଶିଷ୍ଟ କଣ୍ଠ ଶିଳ୍ପୀ ଶତ୍ରୁଘ୍ନ ଲୁହା, ମହଦା ପଂଚାୟତର ପ୍ରତାପ ଶତପଥି ସମେତ ଏ ଅଞ୍ଚଳର ୩୦ ଜଣ କଂଗ୍ରେସ ଓ ବିଜେପି ଦଳର ପ୍ରମୁଖ ନେତା ଆଜି ବିଜୁ ଜନତା ଦଳରେ ସାମିଲ୍ ହେଲେ। ଶ୍ରୀ ଭୋଇ ଓ ଶ୍ରୀ ବେହେରାଙ୍କ ଦ୍ବାରା ଏ ନୂତନ ସଭ୍ୟଙ୍କୁ ମିଶ୍ରଣ ପର୍ବରେ ସ୍ବାଗତ ସମ୍ବର୍ଧନା କରଯାଇଥିଲା।
ଆଜିର ସଧାରଣ ସଭାକୁ ବରିଷ୍ଠ ବିଜେଡି ନେତା କୃତୀବାସ ମିଶ୍ର ସଂଯୋଜନା କରିଥିବା ବେଳେ ଅମିୟ ରଞ୍ଜନ ଦାଶ, ଆଶିଷ ବଡ ପଣ୍ଡା, ଗୋବିନ୍ଦ ମିଶ୍ର, କୃତିବାସ ଚାନ୍ଦ, ସୋମନାଥ ମିଶ୍ର, ରାଜ କୁମାର ମିଶ୍ର, ଗୌର ସାହୁ, ଉତ୍ତର ପାତ୍ର, ହରି ହର କର୍ଣ୍ଣ, ବିହାରୀ ଲାଲ୍ ମିଶ୍ର, କିଶlନ ଜଗଦଲା ପ୍ରମୁଖ ଯୁବ ଓ ବରିଷ୍ଠ ନେତା ସମସ୍ତ କାର୍ଯକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ।