ଭୁବନେଶ୍ୱର, ବରଗଡ ଜିଲ୍ଲାର ଏକ ସ୍କୁଲର ପ୍ରଧାନଶିକ୍ଷକ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କୁସନ ପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଲମୁକୁନ୍ଦ ପଧାନଙ୍କୁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ ଧରିଛନ୍ତି ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଫେଇ ଓ ରାତ୍ରି ଜଗୁଆଳି ଙ୍କ ବିଲ ପାସ କରେଇବା ପାଇଁ ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ଜଣେ ମହିଳାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଛି । ତାଙ୍କ ଠାରୁ ସମସ୍ତ ଲାଂଚ ଅର୍ଥ ଜବତ କରାଯାଇଛି ।