ଭଦ୍ରକ – ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜନ ଅଭିେଯାଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଜ୍ଞାନ ଦାସ ଅଧ୍ଯକ୍ଷତା କରିଥିଲେ। ଜିଲ୍ଲା ପ୍ରକଳ୍ପ ନିଦ୍ର୍ଧେଶକ ମଧୁସୂଦନ ଦାସ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ଚନ୍ଦ୍ର ପରିଡ଼ା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ ଖୁିଆ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ େଯାଗ ଦେଇ ଅଭିେଯାଗକାରୀଙ୍କ ଅଭିେଯାଗର ଶୁଣାଣି କରିଥିଲେ। ଆଜି ମୋଟ ୧୦୨ ଗୋଟି ଅଭିେଯାଗ ପଞ୍ଜିକୃତ ହୋଇ ଏହାର ଶୁଣାଣି ହୋଇଥିଲା। ପ୍ରଧାନମନ୍ରୀ ଆବାସ େଯାଜନାରେ ଗୃହ େଯାଗାଣ, ମୁଖ୍ୟମନ୍ରୀଙ୍କ ରିଲିଫ ଫଣ୍ଡରୁ ଚିକିତ୍ସା ସହାୟତା, ଜମିବାଡ଼ି ନେଇ ବିବାଦ, ରାସ୍ତା ଅବରୋଧ ହଟାଇବା, ଭିନ୍ନକ୍ଷମ ଭା ପ୍ରଦାନ, ଦୋଳସାହି ଠାରେ ମଦ ଦୋକାନକୁ ବିରୋଧ, ରାସନ କାର୍ଡ ପ୍ରଦାନ, କଳାକାର ଭା ପ୍ରଦାନ ନେଇ ବହୁ ଅଭିେଯାଗ ଆସିଥିଲା। ଏହାର ଶୁଣାଣି କରାଯିବା ସହିତ କେତେକ ଅଭିେଯାଗ ସଂପୃକ୍ତ ବିଭାଗକୁ ପଠାଯାଇଥିଲା।