ନୂଆଦିଲ୍ଲୀ, ଲୋକସଭା ନିର୍ବାଚନ ପ୍ରଚାର ବ୍ୟସ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ସିୟାଚୀନ୍ ରେ ପହଂଚିଛନ୍ତି । ସେଠାରେ ମୁତୟନ ଥିବା ସଶସ୍ତ୍ର ବଳର ଯବାନ ମାନଙ୍କ ସହିତ କଥା ହେବା ସହ ସେମାନଙ୍କ ପାଇଁ ଥିବା ଚ୍ୟାଲେଞ୍ଜ ଗୁଡିକୁ ବୁଝିବାକୁ ପ୍ରଚେଷ୍ଟା କରିଥିଲେ । ଏବଂ ବିଯୁକ୍ତ ତାପମାତ୍ରାରେ ମଧ୍ୟ ଦେଶର ସୀମାରେ ମୁତୟନ ରହିବା ନେଇ ଯବାନ ମାନଙ୍କ ମନବଳ ବଢାଇଥିଲେ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚଳିତ ବର୍ଷ ହୋଲି ପର୍ବ ଯବାନ ମାନଙ୍କ ସହିତ ମନାଇବା ନେଇ ସିୟାଚୀନ୍ ଯିବାର ଥିଲା । କିନ୍ତୁ, ପାଗ ଖରାପ କାରଣରୁ ଅଚାନକ କାର୍ଯ୍ୟକ୍ରମରେ ପରିବର୍ତନ କରାଯାଇଥିଲା । ଏହାପରେ ରାଜନାଥ ଲେହ ର ମିଲେଟ୍ରି ଷ୍ଟେସନ ଯାଇ ସେଠାରେ ସଶସ୍ତ୍ର ବଳର ଯବାନ ମାନଙ୍କ ସହିତ ଉତ୍ସବ ମନାଇଥିଲେ ।