କେନ୍ଦ୍ରାପଡ଼ା – ଓଡିଶାର ଅନ୍ୟତମ ପ୍ରସିଦ୍ଧ ସନ୍ଥ ପୂଜ୍ୟ ପୂଜକ ବିଶ୍ୱ ପ୍ରେମୀ ବାବା ବଳିଆଙ୍କ ଗୀତା ପ୍ରବଚନ କେନ୍ଦ୍ରାପଡା ପୈାରାଂଚଳର ଗୋପ ଗ୍ରାମରେ ଥିବା ରାମମନ୍ଦିର ପରିସରରେ ସୋମବାରଠାରୁ ଆରମ୍ଭ କରାଯାଇଛି । “ଗୀତା ଓ ଜୀବନଦର୍ଶନ” ଶୀର୍ଷକ ବିଷୟ ଉପରେ ବାବା ବଳିଆ ଚଳିତ ମାସ ୬ ତାରିଖଠାରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସଂନ୍ଧ୍ୟା ୬ଟା ସମୟରେ ପ୍ରବଚନ ପ୍ରଦାନ କରିବେ । ଆଜିର ଶୁଭାରମ୍ଭ ଦିବସରେ ଶ୍ରୀମଦ୍ ଭଗବତ୍ ଗୀତାର ପୃଷ୍ଟଭୂମି ଓ ଅର୍ଜୁନଙ୍କ ବିଷାଦ ଯୋଗ ଉପରେ ପ୍ରବଚନ ପ୍ରଦାନ କରାଯାଇଥିଲା । ଗୀତାର ଜୀବନଦର୍ଶନ ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀମଦ୍ ବାବା ବଳିଆ ବକ୍ତବ୍ୟ ରଖିଥିଲେ । କେନ୍ଦ୍ରାପଡାର ଅନନ୍ତ ବଳିଆ ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ସହ ପ୍ରବଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।