ବାରଣାସୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ବାରଣାସୀ ଜିଲ୍ଲାର ସିଗରା ଅଂଚଳ ସ୍ଥିତ ଶ୍ରୀ କାଲୀ ନଟୁକୋଟ୍ଟଇ ନଗର କ୍ଷତ୍ରମ ଧର୍ମଶାଳାରେ ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶହନାଇରେ ମଙ୍ଗଳ ଧୁନ ସହିତ ମନ୍ତ୍ରୋଚାରଣ ମଧ୍ୟରେ ଧର୍ମଶାଳାରେ ଭୂମିପୂଜନ କରାଯାଇଛି । ଏଠାରେ ରହିବାକୁ ଥିବା ଦକ୍ଷିଣ ଭାରତୀୟ ଶ୍ରଦ୍ଧାଳୁଙ୍କୁ କୌଣସି ଭଡା ଦେବାକୁ ପଡିବନାହିଁ । ଶ୍ରଦ୍ଧାଳୁ ନିଜ ଇଚ୍ଛାରେ ଦାନ କରିପାରିବେ ।
ଏହି ଧର୍ମଶାଳାରେ 135ଟି ରୁମ୍ ରହିବ । ଦଶ ମହଲା ଧର୍ମଶାଳାରେ ଛାତ୍ରାବାସ, ଆବାସ ଓ ଭ୍ୟାକେଂଟ ହଲ୍ ବି ନିର୍ମାଣ କରାଯିବ । ଏହାର କାମ ଦେଢବର୍ଷରେ ଶେଷ ହେବ । ପ୍ରାୟ 65ହଜାର ବର୍ଗଫୁଟ ଭୂମିରେ ବାବା ବିଶ୍ୱନାଥଙ୍କ ପାଇଁ ଫୁଲ ଓ ବେଲପତ୍ର ଅର୍ପଣ କରି କିଣାଯାଇଛି ।