ଭୁବନେଶ୍ୱର/ସମ୍ବଲପୁର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ପ୍ରାଦେଶିକ ମାରଓ୍ୱାଡି ସମ୍ମେଳନର ସମ୍ବଲପୁର ଶାଖାର ବରିଷ୍ଠ ସଦସ୍ୟମାନଙ୍କୁ ସାକ୍ଷାତ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ସୋସିଆଲ ହ୍ୟାଣ୍ଡେଲରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଉତ୍କଳ ପ୍ରାଦେଶିକ ମାରଓ୍ୱାଡି ସମ୍ମେଳନ, ସମ୍ବଲପୁର ଶାଖାର ଅଭିଭାବକ ସ୍ୱରୂପ ବରିଷ୍ଠ ସଦସ୍ୟ ମାନଙ୍କୁ ଭେଟିଲି । ଏହି ଶାଖାର ସଦସ୍ୟଙ୍କ ସହ ମୋର ସମ୍ପର୍କ ବହୁତ ପୁରୁଣା । ସମ୍ବଲପୁର ଏବଂ ଓଡ଼ିଶାକୁ ଦେଶର ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କ ଆଶୀର୍ବାଦ କାମନା କଲି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବା ସହ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ମାରଓ୍ୱାଡି ସମ୍ମେଳନର ସହଯୋଗ କାମନା କଲି । ମୋଦୀଙ୍କ ନେତୃତ୍ୱରେ ହିଁ ସମ୍ବଲପୁର, ଓଡ଼ିଶା ଓ ଭାରତର ବିକାଶ ହେବ ।
Related Stories
November 21, 2024
November 21, 2024