ବଲାଙ୍ଗିର , ଚଳିତ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ଓ ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଗୁରୁବାର ଅଭିଯୋଗ ଅଣିଛନ୍ତି ଗୁଡଭେଲା ଓ ସମରା ମଣ୍ଡଳର ଭାଜପା କର୍ମୀମାନେ । ଏନେଇ ଗୁଡଭେଲାବ୍ଲକ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଜରିଆରେ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଭାଜପାର ପୂର୍ବତନ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ସମିତିସଭ୍ଯ ଉଜ୍ଜ୍ବଳ ଭୋଇ, ମୁରାଲୀ କେଡିଆ, ପ୍ରେମାନନ୍ଦ ସାହୁ ଆଦି ଲିଖିତ ଅଭିଯୋଗ କରିଛନ୍ତି । ବ୍ଲକ ବିଡିଓ ଅନୁପସ୍ଥିତ ଥିବାରୁ ବ୍ଲକ ଜିପିଓ ସାଗର ସାହୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୧- ଯଶୋବନ୍ତୀ ରଣା, ସଂପାଦିକା, ବ୍ଲକ୍ ମହିଳା ସ୍ୱୟଂ ସହାୟକ ସଂଘ ଗତ ତା.୦୧.୦୪.୨୪ ରିଖ ଦିନ ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀ ଟୁକୁନୀ ସାହୁଙ୍କ ଘୁନା ଗ୍ରାମରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦାନ କରିବା ସହିତ ମହିଳା ମାନଙ୍କୁ ଭୋଟ୍ ଦେବା ପାଇଁ ଅନୁରୋଧ କରୁଥିଲେ ।୨- ତନୁଜା ବାରିକ ଭି ଆର ପି ଶାସକ ଦଳର ବିଧାୟିକା ପ୍ରାର୍ଥୀଙ୍କ ଗତ.୦୧.୦୪.୨୪ ରିଖ ନୁଆଁପଡା ଗ୍ରାମରେ ନିର୍ବାଚନୀ ପ୍ରଚାର ଶୋଭାଯାତ୍ରାରେ ତାଙ୍କୁ ଫୁଲମାଲ ଦେଇ ସ୍ବାଗତ କରିବା ସହିତ ଗ୍ରାମ୍ୟ ପରିକ୍ରମାରେ ଅଂଶଗ୍ରହଣ କରିଥିଲେ । ୩. ସୁଦାମ ପଣ୍ଡା ଜିଇଓ ଟେକ (କର୍ମଚାରୀ ଶାସକ ଦଳ ବିଧାୟୀକା ପ୍ରାର୍ଥୀ ଟୁକୁନୀ ସାହୁଙ୍କ ନୁଆଁପଡା ଗ୍ରାମରେ ସଭା ଆୟୋଜନ କରିବା ସହିତ ରାଲିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହାର ଫଟୋ ଓ ପ୍ରମାଣ ଦେବା ସହ ଏହାର ଏକକିତା ନକଲ କପି ବଲାଙ୍ଗିର ଜିଲ୍ଲା ନିର୍ବାଚନ ଅଧୁକାରୀ, ରାଜ୍ୟ ନିର୍ବାଚନ ଆୟୁକ୍ତ, ରାଜ୍ୟ ଭାଜପା ସଭାପତି, କେନ୍ଦ୍ର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ପଠାଯାଇଥିବା ଭାଜପା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Related Stories
November 21, 2024
November 21, 2024