ଜୟପୁର- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତ, ଦଶମନ୍ତପୁର ପଞ୍ଚାୟତ ସହ ଅନେକ ଗୁଡିଏ ପ୍ରଧାନମନ୍ତ୍ରୀ ଆବାସର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ କୁଲି ଟଙ୍କା ମିଳୁନଥିବା ଏକ ଲିଖିତ ଅଭିଯୋଗ ଆସିଥିବା ଜଣାପଡିଛି l ସ୍ଥାନୀୟ ବିଡିଓ ରଜନୀକାନ୍ତ ଦାସଙ୍କ ଚାମ୍ବରକୁ ଯାଇ ଏହି ଅଭିଯୋଗ ପାତ୍ର ଆଜି ଶ୍ରମିକ ମାନେ ଦେଇଛନ୍ତି l ବୈପାରୀଗୁଡା ବ୍ଲକରେ ଗତ ଛ ମାସ ହେଲା ଏମଜିଏନଆରଇଜିଏ ଟଙ୍କା ନାହିଁ ବୋଲି ସ୍ଥାନୀୟ ବିଡ଼ିଓ ଆଜି ଟଙ୍କା ମାଗିରାକୁ ଯାଇଥିବା ବିଭିନ୍ନ ଶ୍ରମିକ ମାନଙ୍କୁ ଉତ୍ତର ଦେଇଛନ୍ତି l ରାଜ୍ୟ ସରକାରଙ୍କୁ ଠାରୁ ଟଙ୍କା ଆସିଲେ ସମସ୍ତ ଶ୍ରମିକଙ୍କ ନିଜ ନିଜ ଆକାଉଣ୍ଟକୁ ଟଙ୍କା ପିଠାଯିବ ବୋଲି ଆଶ୍ୱାସନା ଦେଇଥିଲେ ବୈପାରୀଗୁଡା ବିଡ଼ିଓ l ଦିନମଜୁରିଆ କୁଲି କlମ କରୁଥିବା ଲୋକଙ୍କ ଏମଜିଏନଆରଇଜିଏ ଯୋଜନାରେ ଟଙ୍କା ମିଳୁନଥିବା ବେଳେ ଏହି ଯୋଜନା କାହା ସ୍ୱାର୍ଥରେ ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ଯଦି ଅତି ଶୀଘ୍ର ଏହି ସମସ୍ୟାର ସମାଧାନ ନ ହେଲେ ବୈପାରୀଗୁଡା ବ୍ଲକ ଏମଜିଏନଆରଇଜିଏରେ କାମ କରିଥିବା ଶ୍ରମିକମାନେ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ଜଣାପଡିଛି l
Related Stories
December 26, 2024