ଗଞ୍ଜାମ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଅବକାରୀ ଓ ୱାରେଂଟି ଧରପଗଡ଼କୁ ଗୁରୁତ୍ବ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅବକାରୀ ଓ ୱାରେଂଟି ଧରପଗଡ଼କୁ ଜୋରଦାର୍ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ଥାନା ଅଂଚଳରେ ରାତ୍ରୀକାଳୀନ ପାଟ୍ରୋଲିଂ ସାଙ୍ଗକୁ ନାକା କରି ଯାନବାହନ ଗୁଡିକୁ ଯାଂଚ୍ କରାଯାଉଛି ।
ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଗତ ୪ ମାସ ମଧ୍ୟରେ ୨୫୪ ଜଣ ୱାରେଂଟିଙ୍କୁ ଗିରଫ କରାଯାଇଛି । ୭୫୫ ଜଣ ୱାରେଂଟି ପେଣ୍ଡିଙ୍ଗ ରହିଥିବା ଜଣାପଡିଛି । ଧରାପଡିଥିବା ୨୫୪ ଜଣଙ୍କ ମଧ୍ୟରୁ ୧୩୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୧୫ ଜଣ ରିକଲ୍ ହୋଇଥିବା ଜଣାପଡିଛି । ପେଣ୍ଡିଙ୍ଗ ରହିଥିବା ୱାରେଂଟିଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।