
-
ମହାରାଷ୍ଟ୍ରର ନାନ୍ଦେଡ ଓ ପରଭଣୀରେ ଆୟୋଜିତ ବିଶାଳ ଜନସଭାରେ ପିଏମ ମୋଦିଙ୍କ ସମ୍ବୋଧନ
ନୂଆଦିଲ୍ଲୀ/ ମହାରାଷ୍ଟ୍ର/ ନାନ୍ଦେଡ/ ପରଭଣୀ, ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶନିବାର ଦିନ ମହାରାଷ୍ଟ୍ରର ନାନ୍ଦେଡ ଓ ପରଭଣୀ ଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଓ ମତଦାତା ମାନଙ୍କୁ ଅଧିକରୁ ଅଧିକ ମତଦାନ କରିବାକୁ ଅପିଲଲ କରିବା ସହ ଇଣ୍ଡି ମେଂଟ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଏହି ଅବସରରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ, କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠୱାଲେ, ମହାରାଷ୍ଟ୍ରର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାବନକୁଲେ, ନାନ୍ଦେଡର ଲୋକସଭା ପ୍ରାର୍ଥୀ ପ୍ରତାପରାଓ ପାଟିଲ ଚିଖଲିକର, ହିଙ୍ଗୋଲି ଲୋକସଭା ଆସନରୁ ପ୍ରାର୍ଥୀ ବାବୁରାଓ କଦମ କୋହଲିକର ଓ ପରଭଣୀ ଲୋକସଭା ଆସନର ପ୍ରାର୍ଥୀ ମହାଦେବ ଜାନକାର ସମେତ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ । ଆଦରଣୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି ଏବଂ ଯେଉଁ ସୂଚନା ମିଳିଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ଏନଡିଏ ପକ୍ଷରେ ଏକତରଫା ମତଦାନ ହୋଇଛି । ଦେଶରେ ଯବାନ ପ୍ରତି ପାଗରେ ସୀମାରେ ସଜାଗ ହୋଇରହୁଛନ୍ତି, ସେହିଭଳି ଭାବେ ମତଦାତାଙ୍କ ମନରେ ବି ଏଭଳି ଭାବ ହେବା ଆବଶ୍ୟକ ଯେ, ସେମାନେ କାହାର ଉପକାର କରୁନାହାନ୍ତି, ସେମାନେ ଦେଶର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ମତଦାନ କରୁଛନ୍ତି । ସେ କହିଛନ୍ତି ଯେ, ଭାରତରେ ଯେତେବେଳେ ଅଧିକ ପ୍ରତିଶତ ମତଦାନ ହୋଇଥାଏ, ସେତେବେଳେ ବିଶ୍ୱରେ ଭାରତର ସୁଦୃଢ ଗଣତନ୍ତ୍ରର ଏକ ବାର୍ତ୍ତା ଯାଇଥାଏ । ଆଗାମୀ 25ବର୍ଷ ବିଶ୍ୱରେ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ପ୍ରଥମ ନିର୍ବାଚନ ଅଟେ, ଯେତେବେଳେ ସେନାର ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି କରୋନା ଟିକା ଯାଏ ଲୋକେ ଆତ୍ମନିର୍ଭର ଭାରତର ସଫଳତାକୁ ପ୍ରତି କୋଣ ଅନୁକୋଣରେ ଚର୍ଚ୍ଚା କରୁଛନ୍ତି । କେବଳ 10ବର୍ଷରେ ଦେଶ ବିକାଶର ଲମ୍ବା ଦୂରତା ଅତିକ୍ରମ କରିଛି । 2014 ବର୍ଷରେ ନିର୍ବାଚନ ସମୟରେ ଖବର କାଗଜ ଓ ଟେଲିଭିଜନ ଚ୍ୟାନେଲ ସବୁବେଳେ ଆତଙ୍କବାଦୀ ଆକ୍ରମଣର ଭୟ ଓ ଆମର ସାହାସୀ ସୈନିକଙ୍କ ସହିଦ ହେବାର ଖବରରେ ଭରି ରହୁଥିଲା । 5ବର୍ଷ ପରେ ଆଜି 2019ର ସର୍ଜିକାଲ ଷ୍ଟ୍ରାଇକର ଚର୍ଚ୍ଚା ହେଉଛି । ଏ ମୋଦି, ଯିଏକି ଘରେ ପଶି ମାରିଥାଏ, ଏବେ ଏହି ଚର୍ଚ୍ଚା ହେବାରେ ଲାଗିଛି ।
ଇଂଡି ମେଂଟ ଉପରେ ନିଶାନା ସାଧି ଶ୍ରୀ ମୋଦି କହିଛନ୍ତି ଯେ, ଭୋଟର ବି ଦେଖୁଛନ୍ତି କିଭଳି ଇଂଡି ମେଂଟର ଲୋକେ ନିଜ ସ୍ୱାର୍ଥ ପାଇଁ ଦୁର୍ନୀତିକୁ ସୁରକ୍ଷା ପାଇଁ ଏକାଠି ହୋଇଛନ୍ତି । ଏଥିପାଇଁ ଏଭଳି ଖବର ଆସିଛି ଯେ, ପ୍ରଥମ ପର୍ଯ୍ୟାୟରେ ଭୋଟରମାନେ ଇଂଡି ମେଂଟକୁ ସମ୍ପୂର୍ଣ୍ଣ ଭାବେ ବହିଷ୍କାର କରିଛନ୍ତି । ଭୋଟର ଯେତେବେଳେ ଭୋଟ ଦେବାକୁ ଯାଆନ୍ତି, ସେତେବେଳେ ସେମାନେ ଭାବନ୍ତି ଯେ ଇଣ୍ଡି ମିଳିତ ମେଂଟର କିଛି ଚେହେରା ରହିବା ଉଚିତ, ଯାହାର ହାତରେ ଦେଶ ହସ୍ତାନ୍ତର କରିବା ପାଇଁ ଭୋଟ୍ ନିଆଯିବା ଉଚିତ୍, କିନ୍ତୁ ଇଣ୍ଡି ମିଳିତ ମଞ୍ଚର ଲୋକମାନେ ଏହାର ଉତ୍ତର ଦେଇପାରୁନାହାନ୍ତି । ସତ୍ୟ ଏହା ଯେ, ନିର୍ବାଚନର ଘୋଷଣା ପୂର୍ବରୁ କଂଗ୍ରେସ ନେତା ନିଜ ହାର ମାନିସାରିଲେଣି, କିଛି ନେତା ଲୋକସଭା ନିର୍ବାଚନକୁ ଛାଡି ରାଜ୍ୟସଭା ମାଧ୍ୟମରେ ଭିତରକୁ ଯାଇ ବସିଯାଇଛନ୍ତି । ପରିସ୍ଥିତି ଏହା ଯେ, ଇଂଡି ମେଂଟକୁ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀ ବି ମିଳୁନାହାନ୍ତି । ଅଧିକାଂଶ ସିଟରେ ଇଂଡି ମେଂଟର ନେତା ପ୍ରଚାର କରିବାକୁ ଯାଉନାହାନ୍ତି । ଏହି ଦେଶର ପ୍ରାୟ 25 ପ୍ରତିଶତ ସିଟ ଏଭଳି ଅଛି, ଯେଉଁଠି ଇଂଡି ମେଂଟର ଲୋକେ ଭିତରେ ଭିତରେ ପରସ୍ପର ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି । ଯେଉଁମାନେ ଆଜି ଏକାଠି ହେବା ପରେ ବି ପରସ୍ପର ମଧ୍ୟରେ ଲଢୁଛନ୍ତି, ଯଦି ସେମାନଙ୍କୁ କିଛି ସିଟ୍ ବି ମିଳିଯିବ, ସେମାନେ ଭବିଷ୍ୟତରେ ବି ପରସ୍ପର ମଧ୍ୟରେ ଲଢୁଥିବେ । ଏହି ନିର୍ବାଚନରେ ଇଂଡି ମେଂଟକୁ ଶିକ୍ଷା ଦେବା ଆବଶ୍ୟକ ଅଟେ ।
ମାନନୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସର ରାଜକୁମାରଙ୍କୁ ବି ୱାୟନାଡାରେ ସଙ୍କଟ ଦେଖାଯାଉଛି । ଏପ୍ରିଲ 26ରେ ଯେମିତି ୱାୟନାଡାରେ ମତଦାନ ପୂରା ହୋଇଯିବ, ରାଜକୁମାରଙ୍କ ପାଇଁ ଆଉ ଏକ ସୁରକ୍ଷିତ ସିଟ୍ ଘୋଷଣା କରିଦିଆଯିବ । ସେ କହିଛନ୍ତି ଯେ, ଇଂଡି ମେଂଟର ସାଥୀ ବି ପରସ୍ପରକୁ ଗାଳି ଦେଉଛନ୍ତି । କେରଳର ମୁଖ୍ୟମନ୍ତ୍ରୀ ନିଜ ସାଥୀ ରାଜକୁମାର ପାଇଁ ଯେଭଳି ଭାଷା ପ୍ରୟୋଗ କରିଛନ୍ତି, କିଏ ନିଜ ସାଥୀ ପାଇଁ କରିବନାହିଁ । ରାଜକୁମାର ଯେମିତି ଆମେଠି ଛାଡିଲେ, ସେପରି ୱାୟନାଡା ବି ଛାଡିବେ । ସ୍ୱାଧୀନତା ପରେ ପ୍ରଥମ ଥର ଏଭଳି ସ୍ଥିତି ସୃଷ୍ଟି ହୋଇଛି ଯେ, କଂଗ୍ରେସ ପରିବାର ଏହି ନିର୍ବାଚନରେ ନିଜେ କଂଗ୍ରେସକୁ ଭୋଟ ଦେବନାହିଁ । ଇଂଡି ମେଂଟ ଆଜି ଯେଉଁ 25 ପ୍ରତିଶତ ସିଟରେ ଛିନ୍ନଭିନ୍ନ ହୋଇଛନ୍ତି, ଜୁନ 4 ପରେ ଏହି ଲୋକେ ଶତ ପ୍ରତିଶତ ପରସ୍ପରର କପଡା ଫାଡିବେ । କୌଣସି ବୁଦ୍ଧିମାନ ନାଗରିକ ଇଂଡି ମେଂଟ ପାଇଁ ନିଜର ମତ ବରବାଦ କରିବନାହିଁ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅପିଲ କରି କହିଛନ୍ତି ଯେ, ବିକଶିତ ଭାରତ ପାଇଁ ଏନଡିଏକୁ ଭୋଟ୍ ଦିଅନ୍ତୁ । ଆଜି ପୁରା ଦେଶ କହୁଛି, ପୁଣି ଥରେ ମୋଦି ସରକାର ।
କଂଗ୍ରେସକୁ ଦଳିତ ଓ ଗରିବ ବିରୋଧୀ କହି ଶ୍ରୀ ମୋଦି କହିଛନ୍ତି ଯେ, କଂଗ୍ରେସ ଗରିବ, ଦଳିତ, ବଂଚିତ, ଶୋଷିତ, ଶ୍ରମିକ ଓ ଚାଷୀଙ୍କ ବିକାଶ ସମ୍ମୁଖରେ ସବୁବେଳେ ପାଚେରୀ ସଦୃଶ ଠିଆ ହୋଇଛି । ଆଜି ବି ଯେତେବେଳେ ଏନଡିଏ ଗରିବଙ୍କ ପାଇଁ କୌଣସି କାମ କରୁଛି, କଂଗ୍ରେସ ଏହାକୁ ପରିହାସ କରୁଛି । କଂଗ୍ରେସ ଏପରି ଏକ ବୃକ୍ଷ ଯାହାର ନା ମୂଳ ଅଛି ନା ଭୂମି ଅଛି ଏବଂ ଯିଏ ଏହାକୁ ସାହାରା ଦେଇଥାଏ ଏହା ତାକୁ ଶୁଖାଇ ଦେଇଥାଏ । ସ୍ୱାଧୀନତାର 6ଦଶନ୍ଧି ପରେ ପ୍ରଥମ ଥର ବିଜେପି କୋଟି କୋଟି ଗରିବ ମହିଳାଙ୍କୁ ସମ୍ମାନ ଦେଇ ଶୌଚାଳୟ ନିର୍ମାଣ କରିଛି, ସେତେବେଳେ ବି କଂଗ୍ରେସ ଏହାର ମଜାକ ଉଡାଇଥିଲା । 50 କୋଟିରୁ ଅଧିକ ଗରିବଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି । ଦେଶରେ ଡିଜିଟାଲ ଇଣ୍ଡିଆ ଓ ୟୁପିଆଇ ପରି ଟେକ୍ନୋଲୋଜିରେ ନେଣଦେଣ ସରଳ ହୋଇଛି, କିନ୍ତୁ କଂଗ୍ରେସର ଜଣେ ନେତାଙ୍କ କହିବା କଥା ଯେ, ଡିଜିଟାଲ ନେଣଦେଣ ଗରିବଙ୍କୁ ବୁଝାପଡିବ ନାହିଁ । ସେ କହିଛନ୍ତି ଯେଉଁ ପାର୍ଟିର ଚିନ୍ତାଧାରା ଏତେ ସଂକୀର୍ଣ୍ଣ ଅଟେ, ଦେଶର ଲୋକଙ୍କ ଭରସା ନାହିଁ, ସେହି ପାର୍ଟିରୁ ଦେଶର ବିକାଶର ଆଶା ଓ ଭରସା କରାଯାଇପାରିବନାହିଁ । ଏଭଳି ପାର୍ଟି ମହାରାଷ୍ଟ୍ର ଓ ମରାଠାୱାଡାର ସମସ୍ୟାକୁ କେବେ ବି ସମାଧାନ କରିପାରିବନାହିଁ ।
କଂଗ୍ରେସ ଦଶକ ଦଶକ ପର୍ଯ୍ୟନ୍ତ ମହାରାଷ୍ଟ୍ର ଓ ମରାଠାୱାଡାର ବିକାଶର ଗଳା ଦବାଇବାର କାମ କରିଛି । ଏହି ଅଞ୍ଚଳରେ ମରୁଡି ସ୍ଥିତି ଓ ପାଣିର ସଙ୍କଟ ଗୋଟିଏ ଦିନରେ ଜନ୍ମ ହୋଇ ନାହିଁ । କଂଗ୍ରେସର ଏହି ମନୋଭାବ କାରଣରୁ ଚାଷୀ ଗରୀବ ହୋଇ ଚାଲିଲେ, ଉଦ୍ୟୋଗ ସହିତ ଜଡିତ ସମ୍ଭାବନା ଶେଷ ହୋଇ ଚାଲିଲା, ଲକ୍ଷ ଲକ୍ଷ ଯୁବକଙ୍କୁ ଘର ଛାଡି ଯିବାକୁ ପଡିଲା । କିନ୍ତୁ ମହରାଷ୍ଟ୍ର ଓ ମରାଠାୱାଡାକୁ ଏହି ସ୍ଥିତିରୁ ବାହାର କରିବା ପାଇଁ ଏନଡିଏ ସରକାର ପ୍ରତିବଦ୍ଧ ।
ମହାରାଷ୍ଟ୍ରର ଏନଡିଏ ସରକାରଙ୍କୁ ପ୍ରଶଂସା କରି ମାନନୀୟ ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ମହାରାଷ୍ଟ୍ରରେ ଶ୍ରୀ ଏକନାଥ ସିନ୍ଦେ , ଶ୍ରୀ ଦେବେନ୍ଦ୍ର ଫଡଣବିସ୍ ଓ ଶ୍ରୀ ଅଜିତ ପାୱାର ମିଶି କରି ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି । ଆଜି ନାନ୍ଦେଡର ୮୦ ପ୍ରତିଶତରୁ ଅଧିକ ଘରେ ଟ୍ୟାପ୍ ଯୋଗେ ପାଣି ପହଞ୍ଚିଛି , ଜଳସେଚନ ସମସ୍ୟା ଦୂର କରିବା ପାଇଁ ଉପର ପେଙ୍ଗାଙ୍ଗା ଯୋଜନା ଚାଲିଛି , ଚାଷୀ ଙ୍କୁ ଫସଲ ବୀମା ଯୋଜନାରେ ପ୍ରିମିୟମ୍ ଠାରୁ ଅଧିକ କ୍ଲେମ ଦିଆଯାଉଛି । କିଷାନ ସମ୍ମାନ ନିଧି ଯୋଜନାରେ କେବଳ ନାନ୍ଦେଡର ଚାଷୀଙ୍କୁ ୧୩୦୦ କୋଟି ଟଙ୍କାରୁ ଅଧିକ ମିଳିଛି । ଏହି ଅଞ୍ଚଳ ଜୁଆର ଓ ବାଜରା ବହୁଳ ଅଞ୍ଚଳ ଅଟେ ଏବଂ ଭାଜପା ସରକାର ଏହି ଶସ୍ୟକୁ ସମ୍ପୂର୍ଣ୍ଣ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଆଜି କଠିନ ଶସ୍ୟକୁ ଶ୍ରୀ ଅନ୍ନ ନାମରେ ଜଣାଯାଉଛି ଏବଂ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଶ୍ରୀ ଅନ୍ନକୁ ସ୍ୱତନ୍ତ୍ର ପରିଚୟ ମିଳିଛି । ନାନ୍ଦେଡ ଅଞ୍ଚଳକୁ ଶକ୍ତିପୀଠ ଏକ୍ସପ୍ରେସ୍ ୱେ ମିଳିଛି, ସମୃଦ୍ଧି ମହାମାର୍ଗ ଭଳି ବିଶ୍ୱସ୍ତରୀୟ ସଡକର ନିର୍ମାଣ କରାଯାଇଛି , ଲାତୁର ରେଳ ଷ୍ଟେସନ ର ଲୋକାର୍ପଣ କରାଯାଇଛି, ଉଡାନ୍ ଯୋଜନାରେ ନାନ୍ଦେଡ ଏୟାରପୋର୍ଟକୁ ପୁଣି ଥରେ ଆରମ୍ଭ କରାଯାଇଛି । ପିଏମ୍ ଆବାସ ଯୋଜନାରେ ଏଡାରେ ହଜାର ହଜାର ଗରୀବଙ୍କୁ ପକ୍କା ଘର ମିଳିଛି, ଆୟୁଷ୍ମାନ ଭାରତ ଯୋଜନାରେ ୩ ଲକ୍ଷ ରୁ ଅଧିକ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିଛି । ଆଜି ପରଭଣୀର ମଧ୍ୟ ୧୨ ଲକ୍ଷରୁ ଅଧିକ ଗରୀବଙ୍କୁ ମାଗଣା ରାସନ ମିଳୁଛି , ଯାହା ଫଳରେ ସେମାନଙ୍କ ଚୁଲି ଜଳୁଥିବ ଏବଂ ଏହି ସୁବିଧା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । ପରଭଣୀରେ ୧୭ ଜନଔଷଧୀ କେନ୍ଦ୍ରରୁ ସମସ୍ତଙ୍କୁ ୮୦ ପ୍ରତିଶତ ରିହାତିରେ ଔଷଧ ମିଳୁଛି । ବିନା କୌଣସି ଭେଦଭାବରେ ୧.୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ସଂଯୋଗ ମଧ୍ୟ ଦିଆଯାଇଛି ।ଅମରାବତୀରେ ନିର୍ମାଣଧୀନ ଟେକ୍ସଟାଇଲ ପାର୍କ ଅଞ୍ଚଳର କପା ଉତ୍ପାଦକଙ୍କ ପାଇଁ ଲାଭକାରୀ ହେବ, ଯାହାଦ୍ୱାରା ସେମାନଙ୍କ ସମୃଦ୍ଧି ଓ ଆର୍ଥିକ ବିକାଶ ସୁନିଶ୍ଚିତ ହୋଇପାରିବ ।
ଶ୍ରୀ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷରେ କରାଯାଇଥିବା ସମସ୍ତ ବିକାଶ କାର୍ଯ୍ୟ କେବଳ ଏକ ଟ୍ରେଲର । ଏନଡିଏକୁ ବହୁତ ସମୟ କଂଗ୍ରେସ ଦ୍ୱାରା ଖୋଳାଯାଇଥିବା ଗଭୀର ଗାତକୁ ଭରିବାରେ ଖର୍ଚ୍ଚ ହୋଇଗଲା । ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟ ଯେତେବେଳେ ପର୍ଯ୍ୟନ୍ତ ସରକାରରେ ଥିଲେ , ଜଣାପଡିଲା ନାହିଁ ଯେ ନିଜାମମାଙ୍କ କବଜା ଶେଷ ହୋଇଛି ବୋଲି । ରଜାକାରୀୀ ମାନସିକତା ଏଠାରେ ଅଧିକ ଥିଲା । କଂଗ୍ରେସ ଓ ନକଲି ଶିବସେନାର ପୂର୍ବ ସରକାର ୟାକୁବ ମେନନର କବର ସମ୍ଭାଳିବାରେ ବ୍ୟସ୍ତ ଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ କହିଛନ୍ତି ଯେ ଆଗାମୀ ୫ ବର୍ଷ ରେ ମରାଠାୱାଡା ଓ ମହାରାଷ୍ଟ୍ରକୁ ବହୁତ ଆଗକୁ ନେଇ ଯିବାର ଅଛି । ନାନ୍ଦେଡ ର ଏହି ଭୂମି ଶିଖ୍ ଗୁରୁମାନଙ୍କ ଚରଣରେ ପବିତ୍ର ହୋଇଛି । ଖାଲସା ଗୁରୁପନ୍ଥ ର ପରମ୍ପରା ଓ ଗୁରୁ ଗୋବିନ୍ଦ ସିଂହଙ୍କ ଶିକ୍ଷା ସବୁବେଳେ ଭାଜପା ସରକାର ପାଇଁ ପ୍ରେରଣା ରହିଛି । ଗତ ୧୦ ବର୍ଷରେ ଭାଜପା ସରବତ ଦା ଭଲ୍ଲାଙ୍କ ପଥରେ ଚାଲି ଲୋକ କଲ୍ୟାଣ ପାଇଁ କାମ କରିଛି । ଭାଜପା ସରକାରକୁ ଗୁରୁ ନାନକ ଦେବଙ୍କ ୫୫୦ତମ , ଗୁରୁ ତେଗ୍ ବହାଦୁରଙ୍କ ୪୦୦ତମ ଓ ଗୁରୁ ଗୋବିନ୍ଦ ସିଂହଙ୍କ ୩୫୦ ତମ ପ୍ରକାଶ ଉତ୍ସବ ପାଳନ କରିବାର ସୌଭାଗ୍ୟ ମିଳିଛି । କରତାରପୁର କରିଡରର କାମ ସମ୍ପୂର୍ଣ୍ଣ ହେବା ପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ମିଳୁଛି । ଏନଡିଏ ସରକାର ଶିଖ ପରମ୍ପରା ସହିତ ଜଡିତ ପ୍ରତ୍ୟେକ ତୀର୍ଥ ର ବିକାଶ ପାଇଁ ସମ୍ପୂର୍ଣ୍ଣ ଶକ୍ତି ଓ ଭକ୍ତିର ସହ କାମ କରୁଛି । ଭାଜପା ସରକାର ହିଁ ଗୁରୁଗ୍ରନ୍ଥ ସାହେବଙ୍କ ପବିତ୍ର ସ୍ୱରୂପକୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ମର୍ଯ୍ୟାଦା ସହିତ ଆଫଗାନିସ୍ଥାନରୁ ଭାରତ ଆଣିଛନ୍ତି ।
ମୋଦୀ ଗ୍ୟାରେଣ୍ଟି ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ଭାଜପା ସରକାର ଯାହା କହେ ତାହା କରିକି ଦେଖାଏ । ମୋଦୀର ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି । ମୋଦୀର ଗ୍ୟାରେଣ୍ଟି ଥିଲା ଯେ କାଶ୍ମୀରକୁ ଧାରା ୩୭୦ରୁ ମୁକ୍ତି ମିଳିବ , ତିନ୍ ତଲାକ୍ ଶେଷ ହେବ ଏବଂ ଆଜି ଏହି ଦୁଇଟି ଇତିହାସ ପାଲଟି ଯାଇଛନ୍ତି । ମୋଦୀର ଗ୍ୟାରେଣ୍ଟି ଥିଲା ଯେ ଦେଶର ଅର୍ଥ ବ୍ୟବସ୍ଥା କୁ ଗାତରୁ ବାହା କରିବାର ଏବଂ ଆଜି ଭାରତ ବିଶ୍ୱର ୫ ନମ୍ବରର ଅର୍ଥବ୍ୟବସ୍ଥା ହୋଇପାରିଛି । ଏବେ ମୋଦୀର ଗ୍ୟାରେଣ୍ଟି ହେଉଛି ଭାରତ ଦୁନିଆର ତୃତୀୟ ବୃହତ୍ତ ଅର୍ଥବ୍ୟବସ୍ଥା ହେବ । ଦେଶ ଏବେ ଚନ୍ଦ୍ରୟାନର ସଫଳତାକୁ ଦେଖିଛି , ଏହି ନିର୍ବାଚନ ପରେ ୧୪୦ କୋଟି ଦେଶବାସୀ ଗଗନୟାନର ସଫଳତା ମଧ୍ୟ ଦେଖିବେ । ଆଜି ଅଯୋଧ୍ୟାରେ ରାମ ଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି କିନ୍ତୁ ଇଣ୍ଡି ମେଣ୍ଟର ଲୋକ ସନାତନକୁ ଗାଳି ଦେଉଛନ୍ତି , ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ର ବହିଷ୍କାରକୁ ଠିକ୍ ବୋଲି କହୁଛନ୍ତି । ରାମ ମନ୍ଦିରରେ ହେଉଥିବା ପୂଜାର୍ଚ୍ଚନାକୁ କପଟ ବୋଲି କହି ହିନ୍ଦୁ ଧର୍ମ ବିଶ୍ୱାସର ଅପମାନ କରୁଛନ୍ତି । ଏଭଳି ଲୋକ କ୍ଷମା କରିବା ଯୋଗ୍ୟ ନୁହନ୍ତି । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମରାଠାୱାଡା ଭାରତର ସୁରକ୍ଷା କବଚ । ମୋଗଲ ଆସିଲେ , ଇଂରେଜ ଆସିଲେ କିନ୍ତୁ ମରାଠା ଶୌର୍ଯ୍ୟ ଏହା ପ୍ରମାଣିତ କରିଛି ଯେ ଭାରତ ସର୍ବଦା ରହିବ । ଆଜି ପୁଣି ଥରେ ବିକଶିତ ଭାରତ ପାଇଁ ମହାରାଷ୍ଟ୍ରକୁ ସବୁଠୁ ଆଗରେ ଠିଆ ହେବାର ଅଛି । ବିକଶିତ ଭାରତ ଓ ବିକଶିତ ମହାରାଷ୍ଟ୍ରର ସଂକଳ୍ପ ପାଇଁ ମହାରାଷ୍ଟ୍ରର ପ୍ରତ୍ୟେକ ସିଟ୍ ରେ ଏନଡିଏ ମେଣ୍ଟ କୁ ଜନତାଙ୍କ ଆଶୀର୍ବାଦ ଆବଶ୍ୟକ । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରାଠୱାଡାର ବିକାଶ ପାଇଁ ନାନ୍ଦେଡର ଲୋକସଭା ପ୍ରାର୍ଥୀ ପ୍ରତାପରାଓ ପାଟିଲ ଚିଖଲିକର, ହିଙ୍ଗୋଲି ଲୋକସଭା ଆସନର ପ୍ରାର୍ଥୀ ବାବୁରାଓ କଦମ କୋହଲିକର ଓ ପରଭଣୀ ଲୋକସଭା ଆସନର ପ୍ରାର୍ଥୀ ମହାଦେବ ଜାନକାରଙ୍କୁ ରେକର୍ଡ ଭୋଟରେ ବିଜୟୀ କରାଇବାକୁ ଆହ୍ୱାନ କରିଥିଲେ ।