
ଝାରସୁଗୁଡ଼ା, ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଶରଧା ଗାଁ ନିକଟରେ ମହାନଦୀରେ ଡ଼ଙ୍ଗା ବୁଡ଼ି ଘଟଣାରେ ଆଜି ସକାଳୁ ନିଖୋଜ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୩ ଜଣ ବାଳକ ରହିଛନ୍ତି । ଏହାକୁ ମିଶାଇ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।
ପ୍ରକାଶ ଥାଉକି, ଶୁକ୍ରବାର ଅପରାହ୍ନରେ ନୌକା ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ମହିଳା, ୩ ଜଣ ଶିଶୁଙ୍କ ସମେତ ମୋଟ୍ ୭ ଜଣ ନିଖୋଜ ଥିଲେ । ଆଜି ସକାଳୁ ନିଖୋଜ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।