ନୂଆଦିଲ୍ଲୀ, ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନ ଆଜି ରାଉଜ ଏଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି । ଆଡିସନାଲ ଚିଫ ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ଦିବ୍ୟା ମଲହୋତ୍ରା ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ 27ରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ବିରୁଦ୍ଧରେ ଦିଲ୍ଲୀ ୱାର୍କ ବୋର୍ଡରେ ନିଯୁକ୍ତି ସହିତ ଜଡିତ ମନି ଳଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ଅଣଦେଖା କରିବାର ଅଭିଯୋଗ ରହିଛି ।