ଭୁବନେଶ୍ୱର – ସବକା ସାଥ୍ , ସବକା ବିକାଶ କଥା କହି ଶାସନ କ୍ଷମତାକୁ ଆସିଥିବା ବିଜେପି ଦଳର ଶାସନ କାଳରେ ସବକା ବିନାଶ ଚାଲିଛି । ଦେଶରେ ଦେଖାଯାଇଥିବା ମାନ୍ଦାବସ୍ଥାରେ ଲୋକେ ଜର୍ଜରିତ । ଏହି ଶାସନ କାଳରେ ଦରଦାମ୍ ବୃଦ୍ଧି ପାଇଛି , ଆର୍ଥିକ ମାନ୍ଦାବସ୍ଥା ଚରମ ସୀମାରେ ପହଂଚିଛି । ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିବାପାଇଁ ବିଭିନ୍ନ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଭାରତ ବନ୍ଦ ଡାକରାକୁ ବିଜେଡି ସମର୍ଥନ କରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଆଳୁ ଦର ବୃଦ୍ଧି ସମ୍ପର୍କରେ ସେ କହିଛନ୍ତିି ଯେ ପଶ୍ଚିମବଙ୍ଗରୁ ଅଧିକ ପରିମାଣର ଆଳୁ ଆମଦାନୀ କରାଯାଇଥାଏ । ଏହାର ପରିମାଣ କମ୍ ରହିଥିବାରୁ ଓଡିଶାରେ ଆଳୁ ଦର ବୃଦ୍ଧି ପାଇଛି । ବିଭାଗ ତରଫରୁ ଆମେ ସଜାଗ ଅଛୁ । ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖାଯାଇଛି । ଲୋକଙ୍କୁ ସୁଲଭ ଦରରେ ଆଳୁ ଯୋଗାଇ ଦେବା ଉପରେ ନିଷ୍ପତି ନିଆଯିବ ।