ରାୟବରେଲି, ଉତ୍ତର ପ୍ରଦେଶର ରାୟବରେଲି ଓ ଉନ୍ନାବରେ ରହୁଥିବା 4ଜଣ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ନିକଟରୁ ବାଂଲାଦେଶୀ ପାସପୋର୍ଟ ସମତେ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଏମାନେ ଏଠାରେ ଫେକ୍ କ୍ଲିନିକ ଚଳାଉଥିଲେ ।
ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ପୋଲିସକୁ ଇନପୁଟ ମିଳିଥିଲା ଯେ, ଉନ୍ନାବ ଓ ରାୟବରେଲିରେ ବାଂଲାଦେଶୀ ନାଗରିକ ଫେକ୍ ଭାବେ ରହୁଥିଲେ । ତାଙ୍କ ସହ ସେମାନଙ୍କର କିଛି ସମ୍ପର୍କୀୟ ବି ରହୁଥିଲେ । ଏଠାରେ ଏମାନେ କ୍ଲିନିକ ଚଳାଇ ନିଜର ଭରଣପୋଷଣ କରୁଥିଲେ । ଏହାପରେ ପୋଲିସ ଏମାନଙ୍କୁ ଖୋଜୁଥିଲା । ବ୍ୟାପକ ପ୍ରମାଣ ଏକାଠି କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି ।